ଗୋପ, ୨୨।୮(ଡି.ଏନ୍.ଏ.)-ଗୋପ ବ୍ଲକ୍ ଅଧୀନ ବଡ଼ତରା ସେବା ସମବାୟ ସମିତିରୁ ଚାଷୀମାନଙ୍କୁ କୃଷି ଋଣ ମିଳୁ ନ ଥିବା ନେଇ ଚାଷୀମାନେ ଗୁରୁବାର ୫ରୁ ଊର୍ଦ୍ଧ୍ୱ ମିଳିତ ଦେୟ ଗୋଷ୍ଠୀର ସଦସ୍ୟାମାନେ ଧାରଣା ଦେଇଥିଲେ। ସେବା ସମବାୟ ସମିତି ସମ୍ପାଦକ ବ୍ରଜବନ୍ଧୁ ପାତ୍ର ପହଞ୍ଚତ୍ ଖୁବ୍ ଶୀଘ୍ର ଋଣ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ସରକାର କୃଷି ଓ କୃଷକଙ୍କ ଉନ୍ନତି ଲାଗି ବିଭିନ୍ନ ଯୋଜନା ପ୍ରଣୟନ କରିଥିବାବେଳେ ଚାଷ କାର୍ଯ୍ୟ କରିବା ଲାଗି ବିନା ସୁଧରେ କୃଷି ଋଣ ଯୋଗାଇ ଦେଉଛନ୍ତି। ମାତ୍ର ବଡ଼ତରା ସେବା ସମବାୟ ସମିତିରୁ ମିଳିତ ଦେୟ ଗୋଷ୍ଠୀ ମାଧ୍ୟମରେ ଋଣ ନେଇଥିବା କେତେକ ଗୋଷ୍ଠୀ ଋଣ ପରିଶୋଧ କରିଥିଲେ। ପୁନରାୟ ଋଣ ଯୋଗାଇବା ଲାଗି ବାରମ୍ବାର ସମବାୟ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ବି କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁ ସେମାନେ ଫେରିବାକୁ ବାଧ୍ୟ ହେଉଥିଲେ। ଏହି ଧାରଣାରେ ଲକ୍ଷ୍ମୀ କାଣ୍ଡି, ଶାନ୍ତିଲତା ବାରିକ, ରଶ୍ମିତା ମଲ୍ଲିକ୍ ପ୍ରମୁଖ ସାମିଲ ହୋଇଥିଲେ।
Posted inଆମ ଜିଲା ଖବର, ପୁରୀ View All
ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….
ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…
ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…
ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…
ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା
ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…
ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….
ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…
ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…
ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…
ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ
ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…
ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ
ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…
ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ
ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…
Archives

