କୃଷକ ଉତ୍ପାଦକ ଦଳ ଗଠନ ଉପରେ ତାଲିମ

କର୍ଲାମୁଣ୍ଡା,୨୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ବୁଢୀପଦରଠାରେ ଇଣ୍ଡୋଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଧଅଁରାଖମନ, ବୁଢୀପଦର, ସିରାବାହାଲ ଗଁ।ର ଅଗ୍ରଣୀ ଚାଷୀମାନଙ୍କୁ ନେଇ କୃଷକ ଉତ୍ପାଦକ ଦଳ ଗଠନ ଉପରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂସ୍ଥାର କାର୍ଯ୍ୟକ୍ରମ ଅଧିକାରୀ ଅମର କୁମାର ଗୌଡ ଯୋଗଦେଇ କୃଷି ଯୋଜନା ପ୍ରସ୍ତୁତି ଓ କୃଷକ ଉତ୍ପାଦକ ଦଳ ଗଠନର ଆବଶ୍ୟକ ଉପରେ ତାଲିମ ଦେଇଥିଲେ। ଏଥିସହ ଡାଲିଜାତୀୟ ଫସଲ ଉତ୍ପାଦକ ଓ କିଣାବିକା ପାଇଁ ବିଭିନ୍ନ ଗଁ।ରୁ ଆସିଥିବା ଚାଷୀମାନଙ୍କୁ ନେଇ ୪ଟି କୃଷକ ଉତ୍ପାଦକ ଗଠନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠି ସଙ୍ଗଠନ ଜଗଦୀଶ ପ୍ରସାଦ ରଣା, ଧଅଁରାଖମନ ଗଁ। ଅନିରୁଦ୍ଧ ପୁଟେଲ, ମମତା ଭୋଇ, ସିରାବାହାଲର ଉଗ୍ରେସନ ଧରୁଆ, ମୁକ୍ତା ଭୋଇ, ବୁଢୀପଦର ଗଁ।ର ରେବତୀ ପାତ୍ର, ଗନ୍ଧି ରଣା, ପୁଷ୍ପା ପାତ୍ର ପ୍ରମୁଖ ସହଯୋଗ କରିଥିଲେ।