କୃଷକଙ୍କ ସଂଖ୍ୟା ଜାଣିନାହାନ୍ତି ସରକାର

ଭୁବନେଶ୍ୱର,୨୭।୬(ବ୍ୟୁରୋ): କୃଷକଙ୍କ ସଂଖ୍ୟାକୁ ନେଇ ବୁଧବାର ବିଧାନସଭା ପ୍ରଶ୍ନ କାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ଘେରିଥିଲେ। ୨୦୧୦ରୁ ଏପର୍ଯ୍ୟସ୍ତ ରାଜ୍ୟରେ କେତେ ଚାଷୀ ଅଛନ୍ତି ଓ କେତେ କମିଛନ୍ତି ତା’ର ଜବାବ ତଲବ କରିଥିଲେ। ଚାଷୀ ଗଣନା କରା ନ ଯାଇ କାଳିଆ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ବୋଲି ବିରୋଧୀ ଦଳ ସଦସ୍ୟମାନେ ମନ୍ତ୍ରୀଙ୍କୁ ପ୍ରଶ୍ନ କରି ଅଡୁଆରେ ପକାଇଥିଲେ। ମନ୍ତ୍ରୀ ବିରୋଧୀଙ୍କ ପ୍ରଶ୍ନକୁ ଚତୁରତାର ସହ ଏଡାଇ ଦେଇଥିଲେ।
ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ପଚାରିଥିବା ପ୍ରଥମ ପ୍ରଶ୍ନରୁ ଆରମ୍ଭ ହୋଇଥିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ରାଜ୍ୟରେ ୨୦୧୦ ବେଳକୁ କୃଷି ଉପରେ କେତେ ଲୋକ ନିର୍ଭର କରୁଥିଲେ, ୨୦୧୯ରେ ସେମାନଙ୍କ ସଂଖ୍ୟା କେତେ କମିଛି। ସରକାରଙ୍କ ଭୁଲ କୃଷିନୀତି ଯୋଗୁ ବହୁ କୃଷକ ଚାଷ ଛାଡୁଥିବା ଅଭିଯୋଗ ସତ୍ୟ କି। ଶିକ୍ଷିତ ଯୁବତୀଯୁବକଙ୍କୁ କୃଷିକ୍ଷେତ୍ରକୁ ଆଣିବା ପାଇଁ ସରକାର କି ଉଦ୍ୟମ କରିଛନ୍ତି ବୋଲି ତାରା ମୂଳ ପ୍ରଶ୍ନରେ ପଚାରିଥିଲେ। ଏହାର ଜବାବରେ ମନ୍ତ୍ରୀ କହିଥିଲେ, ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୫୭ ଲକ୍ଷ ଲୋକ କୃଷି ଉପରେ ନିର୍ଭର କରୁଥିଲେ। ସେମାନଙ୍କ ମଧ୍ୟରୁ ୩୨.୮୦ ଲକ୍ଷ କୃଷକ ଏବଂ ୨୪.୨୦ ଲକ୍ଷ କୃଷିଶ୍ରମିକ ଅଛନ୍ତି । ୨୦୨୧ରେ ପରବର୍ତ୍ତୀ ଜନଗଣନା ହେବ। ଏହାପରେ ରାଜ୍ୟରେ କେତେ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି ତାହା ଆକଳନ କରିହେବ। ସରକାରଙ୍କ ଭୁଲ କୃଷିନୀତି ଯୋଗୁ କୃଷକ ପରିବାର ଚାଷ ଛାଡୁଥିବା ଅଭିଯୋଗ ସତ୍ୟ ନୁହେଁ। ବିଜେଡି ସଭ୍ୟ ଅଶ୍ୱିନୀ ପାତ୍ର, କଂଗ୍ରେସ ସଭ୍ୟ ନରସିଂହ ମିଶ୍ର, ବିଜେଡି ସଭ୍ୟ ଦେବୀ ପ୍ରସାଦ ମିଶ୍ର, କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ରାଜ୍ୟରେ ଚାଷୀଙ୍କ ସଂଖ୍ୟା କମିବା ଓ ଧାନର ଅଭାବୀ ବିକ୍ରି ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ସରକାର ଯଦି ରାଜ୍ୟରେ କେତେ କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ଅଛନ୍ତି ତାହା ଗଣନା କରିନାହାନ୍ତି ତେବେ କାଳିଆ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଛି କିପରି। କେଉଁ ଚାଷୀଙ୍କୁ ଟଙ୍କା ଦିଆଯାଉଛି। ଏହି ଯୋଜନାରେ କେତେଜଣଙ୍କୁ ଏପର୍ଯ୍ୟନ୍ତ ଟଙ୍କା ଦିଆଗଲାଣି । ସେ କଥା ଗୃହରେ ଉଲ୍ଲେଖ କରାଯାଉ। ୨୦୦୧ରେ ରାଜ୍ୟରେ କେତେ କୃଷକ ଥିଲେ, କେତେ ଚାଷ ଛାଡ଼ିଛନ୍ତି, କୃଷିନୀତିରେ କେତେ ଲୋକଙ୍କୁ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବା ଲାଗି ସହାୟତା ଯୋଗାଇ ଦିଆଯାଇଛି। ଚାଷୀଙ୍କୁ ପାଣି ଯୋଗାଇବା ଲାଗି ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକ କେବେ ମରାମତି କରାଯିବ ବୋଲି ପ୍ରଶ୍ନ କରିଥିଲେ। ମନ୍ତ୍ରୀ ପ୍ରଶ୍ନର ଉତ୍ତର ସିଧାସଳଖ ନ ଦେଇ କହିଥିଲେ ଯେ, ପ୍ରତି ୧୦ ବର୍ଷରେ ଜନଗଣନା ହୁଏ । କାଳିଆ ଯୋଜନାରେ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର (ଡିବିଟି)ରେ୨୨ଲକ୍ଷ ଚାଷୀ ଅଛନ୍ତି। ସବୁଜ ଫର୍ମରେ ଯେଉଁମାନେ ଆବେଦନ କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ ଜିଲା ଓ ବ୍ଲକସ୍ତରରେ ସେଗୁଡିକୁ ଶ୍ରେଣୀଭୁକ୍ତ କରିଛନ୍ତି। ୫୦ ଲକ୍ଷ ଲୋକଙ୍କ ପାଖରେ କାଳିଆ ଯୋଜନା ସହାୟତା ପହଞ୍ଚିଲାଣି। ୭୫ ଲକ୍ଷ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୨୦୦୧ରୁ ୨୦୧୧ ମଧ୍ୟରେ କେତେ ଚାଷୀ ଥିଲେ, କେତେ ଚାଷ କାର୍ଯ୍ୟ ଛାଡ଼ିଛନ୍ତି, ସେ ତଥ୍ୟ ମୋ ପାଖରେ ନାହିଁ। ପରେ ଏହାକୁ ଅନୁଧ୍ୟାନ କରାଯିବ। ତେବେ ଜନସଂଖ୍ୟା ବଢ଼ୁଥିବାରୁ ଚାଷୀଙ୍କ ସଂଖ୍ୟା ବଢ଼ୁଥାଇପାରେ ବୋଲି ସେ କହିଥିଲେ। ବାଚସ୍ପତି ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ଚାଷ ଓ ଚାଷୀ ସମସ୍ୟା ସମାଧାନ ପାଇଁ ସମସ୍ତ ବିଧାୟକଙ୍କୁ ଡାକି ବୈଠକ କରାଯିବ ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri