Posted inଖେଳ

କୃନାଲ, ହାର୍ଦ୍ଦିକଙ୍କ ପ୍ରତିଭାକୁ ଚିହ୍ନିଥିଲେ ରାଇଟ୍‌

ନୂଆଦିଲ୍ଲୀ, ୧୨।୪-ପାଣ୍ଡ୍ୟା ବ୍ରଦର୍ସଭାବେ ପରିଚିତ କୃନାଲ ଏବଂ ହାର୍ଦ୍ଦିକ ଭାରତୀୟ କ୍ରିକେଟରେ ଦୁଇ ପରଚିତ ନାମ। ଦୁହେଁ ଅଲରାଉଣ୍ଡର। କୃନାଲ ସ୍ପିନର ହୋଇଥିବାବେଳେ ହାର୍ଦ୍ଦିକ ମିଡିୟମ ପେସର। ତେବେ ଫର୍ମରେ ଥିବାବେଳେ କଷ୍ଟସାଧ୍ୟ ପରିସ୍ଥିତିରେ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିପଦରୁ ଉଦ୍ଧାର କରିବାରେ ଉଭୟ ମାହିର। ଏହି ଦୁଇ ଭାଇ ସୟଦ ମୁସ୍ତାକ ଅଲୀ କ୍ରିକେଟ ଟୁର୍ନାମେଣ୍ଟରୁ ଆବିଷ୍କୃତ ହୋଇଥିଲେ। ପୂର୍ବତନ କୋଚ୍‌ ଜନ୍‌ ରାଇଟ୍‌ ଏହି ଦୁଇଭାଇଙ୍କ ପ୍ରତିଭାକୁ ଚିହ୍ନି ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସୁଯୋଗ ଦେଇଥିଲେ। ପରେ ପ୍ରଦର୍ଶନ ଭିତ୍ତିରେ ଦୁହେଁ ଜାତୀୟ ଦଳରେ ପ୍ରବେଶ କରିଥିଲେ। ପିଠିରେ ଯନ୍ତ୍ରଣା ଯୋଗୁ ହାର୍ଦ୍ଦିକ କିଛିଦିନଧରି କ୍ରିକେଟରୁ ଦୁରେଇ ରହିଛନ୍ତି। ଗତବର୍ଷ ଅଗଷ୍ଟରେ ସେ ଅସ୍ତ୍ରୋପଚାର ମଧ୍ୟ କରାଇଛନ୍ତି। କୃନାଲ ଭାରତୀୟ ଟି୨୦ ଦଳର ଜଣେ ନିୟମିତ ସଦସ୍ୟ ପାଲଟିଛନ୍ତି। ଗତ ମାସରେ ହେବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ହାର୍ଦ୍ଦିକଙ୍କ ପାଇଁ ପ୍ରତ୍ୟାବର୍ତ୍ତନ ସୁଯୋଗ ଥିଲା। ମାତ୍ର କରୋନା ଭାଇରସ୍‌ ସଂକ୍ରମଣର ପ୍ରଭାବରୁ ଏହି ସିରିଜ ବାତିଲ ହୋଇଗଲା ।
ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲରେ) ଦୁଇଭାଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥାନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କୋଚ୍‌ ଜନ୍‌ ରାଇଟ ପରେ ମୁମ୍ବାଇ ଇଣ୍ଡିଆନ୍ସର ମଧ୍ୟ କୋଚ୍‌ ଥିଲେ । ଏହି ଅବସରରେ ସେ ସୟଦ ମୁସ୍ତାକ ଅଲୀ କ୍ରିକେଟ ଟୁର୍ନାମେଣ୍ଟରେ କୃନାଲ ଓ ହାର୍ଦ୍ଦିକଙ୍କ ପ୍ରଦର୍ଶନକୁ ଦେଖି ପ୍ରଭାବିତ ହୋଇଥିଲେ । ଏ ସମ୍ପର୍କରେ ଅତୀତକୁ ମନେ ପକାଇଛନ୍ତି କୃନାଲ। ”ଅତୀତରେ ଏକଦା ସ୍ପିଡ୍‌ ପୋଷ୍ଟ ସରକାରୀ ଚାକିରି ଟ୍ରାଏଲ ପାଇଁ ମୋତେ ପତ୍ର ମିଳିଥିଲା। ବାପା କହିଥିଲେ ଯେ, ଏହା ଏକ ଭଲ ସୁଯୋଗ। ମାସକୁ ୧୫ରୁ ୨୦ ହଜାର ଟଙ୍କା ମିଳିବ, ତେଣୁ ତୁମେ ଏଥିପାଇଁ ଚେଷ୍ଟା କରିବା ଉଚିତ। ମାତ୍ର ସେହି ସମୟରେ ମୋତେ ବରୋଦା ଟିମ୍‌ ପକ୍ଷରୁ ସୟଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ମଧ୍ୟ ଟ୍ରାଏଲ ସୁଯୋଗ ମିଳିଥିଲା। ମୁଁ ପୂର୍ବ ୨-୩ ବର୍ଷ ଧରି କଠିନ ପରିଶ୍ରମ କରିଥିବାରୁ ଜଣେ ଖେଳାଳି ହେବାକୁ ଉଚିତ ମନେ କଲି। ମୁଁ ବରୋଦା ଟିମ୍‌ ଟ୍ରାଏଲକୁ ଗଲି ଏବଂ ଭଲ ପ୍ରଦର୍ଶନ କରି ଚୟନ ହେଲି । ହାର୍ଦ୍ଦିକ ପୂର୍ବରୁ ଟିମ୍‌ରେ ଥିଲେ। ଆମେ ସାଥିହୋଇ ସୟଦ ମୁସ୍ତାକ ଅଲୀ ମ୍ୟାଚ ମୁମ୍ବାଇରେ ଖେଳିଲୁ। ମୁମ୍ବାଇ ଇଣ୍ଡିଆନ୍ସ କୋଚ୍‌ ଜନ ରାଇଟ ଆମ ଦୁଇ ଭାଇଙ୍କ ପ୍ରତିଭାରେ ପ୍ରଭାବିତ ହେଲେ ଏବଂ ଆମ ନିକଟରେ ବହୁ ପ୍ରତିଭାଥିବା କଥା କହିଲେ। ସେ ଆମ ଦୁହିଁଙ୍କୁ ଚୟନ କଲେ ଏବଂ ଆମ ଜୀବନଶୈଳୀ ବଦଳି ଗଲା“ ବୋଲି ହାର୍ଦ୍ଦିକ ପ୍ରକାଶ କରିଛନ୍ତି। ଯଦି ସେତେବେଳେ ମୁଁ ବରୋଦା ଦଳର ଟ୍ରାଏଲକୁ ନ ଆସି ସ୍ପିଡ୍‌ ପୋଷ୍ଟ ଚାକିରି ଟ୍ରାଏଲକୁ ଯାଇଥାନ୍ତି ତେବେ ସମ୍ଭବତଃ ଆମ ଜୀବନଶୈଳୀ ଭିନ୍ନ ହୋଇଥାନ୍ତା ବୋଲି କୃନାଲ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri