Posted inଖେଳ

କୃନାଲ, ହାର୍ଦ୍ଦିକଙ୍କ ପ୍ରତିଭାକୁ ଚିହ୍ନିଥିଲେ ରାଇଟ୍‌

ନୂଆଦିଲ୍ଲୀ, ୧୨।୪-ପାଣ୍ଡ୍ୟା ବ୍ରଦର୍ସଭାବେ ପରିଚିତ କୃନାଲ ଏବଂ ହାର୍ଦ୍ଦିକ ଭାରତୀୟ କ୍ରିକେଟରେ ଦୁଇ ପରଚିତ ନାମ। ଦୁହେଁ ଅଲରାଉଣ୍ଡର। କୃନାଲ ସ୍ପିନର ହୋଇଥିବାବେଳେ ହାର୍ଦ୍ଦିକ ମିଡିୟମ ପେସର। ତେବେ ଫର୍ମରେ ଥିବାବେଳେ କଷ୍ଟସାଧ୍ୟ ପରିସ୍ଥିତିରେ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିପଦରୁ ଉଦ୍ଧାର କରିବାରେ ଉଭୟ ମାହିର। ଏହି ଦୁଇ ଭାଇ ସୟଦ ମୁସ୍ତାକ ଅଲୀ କ୍ରିକେଟ ଟୁର୍ନାମେଣ୍ଟରୁ ଆବିଷ୍କୃତ ହୋଇଥିଲେ। ପୂର୍ବତନ କୋଚ୍‌ ଜନ୍‌ ରାଇଟ୍‌ ଏହି ଦୁଇଭାଇଙ୍କ ପ୍ରତିଭାକୁ ଚିହ୍ନି ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସୁଯୋଗ ଦେଇଥିଲେ। ପରେ ପ୍ରଦର୍ଶନ ଭିତ୍ତିରେ ଦୁହେଁ ଜାତୀୟ ଦଳରେ ପ୍ରବେଶ କରିଥିଲେ। ପିଠିରେ ଯନ୍ତ୍ରଣା ଯୋଗୁ ହାର୍ଦ୍ଦିକ କିଛିଦିନଧରି କ୍ରିକେଟରୁ ଦୁରେଇ ରହିଛନ୍ତି। ଗତବର୍ଷ ଅଗଷ୍ଟରେ ସେ ଅସ୍ତ୍ରୋପଚାର ମଧ୍ୟ କରାଇଛନ୍ତି। କୃନାଲ ଭାରତୀୟ ଟି୨୦ ଦଳର ଜଣେ ନିୟମିତ ସଦସ୍ୟ ପାଲଟିଛନ୍ତି। ଗତ ମାସରେ ହେବାକୁଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ହାର୍ଦ୍ଦିକଙ୍କ ପାଇଁ ପ୍ରତ୍ୟାବର୍ତ୍ତନ ସୁଯୋଗ ଥିଲା। ମାତ୍ର କରୋନା ଭାଇରସ୍‌ ସଂକ୍ରମଣର ପ୍ରଭାବରୁ ଏହି ସିରିଜ ବାତିଲ ହୋଇଗଲା ।
ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲରେ) ଦୁଇଭାଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଥାନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କୋଚ୍‌ ଜନ୍‌ ରାଇଟ ପରେ ମୁମ୍ବାଇ ଇଣ୍ଡିଆନ୍ସର ମଧ୍ୟ କୋଚ୍‌ ଥିଲେ । ଏହି ଅବସରରେ ସେ ସୟଦ ମୁସ୍ତାକ ଅଲୀ କ୍ରିକେଟ ଟୁର୍ନାମେଣ୍ଟରେ କୃନାଲ ଓ ହାର୍ଦ୍ଦିକଙ୍କ ପ୍ରଦର୍ଶନକୁ ଦେଖି ପ୍ରଭାବିତ ହୋଇଥିଲେ । ଏ ସମ୍ପର୍କରେ ଅତୀତକୁ ମନେ ପକାଇଛନ୍ତି କୃନାଲ। ”ଅତୀତରେ ଏକଦା ସ୍ପିଡ୍‌ ପୋଷ୍ଟ ସରକାରୀ ଚାକିରି ଟ୍ରାଏଲ ପାଇଁ ମୋତେ ପତ୍ର ମିଳିଥିଲା। ବାପା କହିଥିଲେ ଯେ, ଏହା ଏକ ଭଲ ସୁଯୋଗ। ମାସକୁ ୧୫ରୁ ୨୦ ହଜାର ଟଙ୍କା ମିଳିବ, ତେଣୁ ତୁମେ ଏଥିପାଇଁ ଚେଷ୍ଟା କରିବା ଉଚିତ। ମାତ୍ର ସେହି ସମୟରେ ମୋତେ ବରୋଦା ଟିମ୍‌ ପକ୍ଷରୁ ସୟଦ ମୁସ୍ତାକ ଅଲୀ ଟ୍ରଫି ପାଇଁ ମଧ୍ୟ ଟ୍ରାଏଲ ସୁଯୋଗ ମିଳିଥିଲା। ମୁଁ ପୂର୍ବ ୨-୩ ବର୍ଷ ଧରି କଠିନ ପରିଶ୍ରମ କରିଥିବାରୁ ଜଣେ ଖେଳାଳି ହେବାକୁ ଉଚିତ ମନେ କଲି। ମୁଁ ବରୋଦା ଟିମ୍‌ ଟ୍ରାଏଲକୁ ଗଲି ଏବଂ ଭଲ ପ୍ରଦର୍ଶନ କରି ଚୟନ ହେଲି । ହାର୍ଦ୍ଦିକ ପୂର୍ବରୁ ଟିମ୍‌ରେ ଥିଲେ। ଆମେ ସାଥିହୋଇ ସୟଦ ମୁସ୍ତାକ ଅଲୀ ମ୍ୟାଚ ମୁମ୍ବାଇରେ ଖେଳିଲୁ। ମୁମ୍ବାଇ ଇଣ୍ଡିଆନ୍ସ କୋଚ୍‌ ଜନ ରାଇଟ ଆମ ଦୁଇ ଭାଇଙ୍କ ପ୍ରତିଭାରେ ପ୍ରଭାବିତ ହେଲେ ଏବଂ ଆମ ନିକଟରେ ବହୁ ପ୍ରତିଭାଥିବା କଥା କହିଲେ। ସେ ଆମ ଦୁହିଁଙ୍କୁ ଚୟନ କଲେ ଏବଂ ଆମ ଜୀବନଶୈଳୀ ବଦଳି ଗଲା“ ବୋଲି ହାର୍ଦ୍ଦିକ ପ୍ରକାଶ କରିଛନ୍ତି। ଯଦି ସେତେବେଳେ ମୁଁ ବରୋଦା ଦଳର ଟ୍ରାଏଲକୁ ନ ଆସି ସ୍ପିଡ୍‌ ପୋଷ୍ଟ ଚାକିରି ଟ୍ରାଏଲକୁ ଯାଇଥାନ୍ତି ତେବେ ସମ୍ଭବତଃ ଆମ ଜୀବନଶୈଳୀ ଭିନ୍ନ ହୋଇଥାନ୍ତା ବୋଲି କୃନାଲ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri