Categories: ଜାତୀୟ

କୃତ୍ରିମ ହାର୍ଟ ଲଗାଇବାର ବର୍ଷକ ପରେ କାମ କଲା ପ୍ରାକୃତିକ ହାର୍ଟ

ନୂଆଦିଲ୍ଲୀ,୧୧।୭: କୃତ୍ରିମ ହାର୍ଟ ଲାଗିବାର ବର୍ଷକ ପରେ ପୁଣିଥରେ ରୋଗୀଣା ହାର୍ଟ କାମ କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ସୂଚନା ଅନୁଯାୟୀ, ହାର୍ଟରେ ସମସ୍ୟା ନେଇ ଇରାକର ଜଣେ ୫୨ ବର୍ଷୀୟ ବ୍ୟବସାୟୀ ହନି ଜବାଦ ମୋହମ୍ମଦ ଦିଲ୍ଲୀ ଆସିଥିଲେ ଚିକିତ୍ସା ପାଇଁ। ଦିଲ୍ଲୀର ବିଏଲ୍‌କେ ହସ୍ପିଟାଲରେ ବର୍ଷେ ତଳେ ତାଙ୍କର ଏକ କୃତ୍ରିମ ହାର୍ଟ ଲଗାଯାଇଥିଲା। ଏହାପରେ ବର୍ଷେ ପର୍ଯ୍ୟନ୍ତ ଏହାର ଚେକ୍‌ଅପ୍‌ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଏବେ ଦୀର୍ଘ ୧୮ ମାସ ପରେ ଜବାଦଙ୍କ କୃତ୍ରିମ ହାର୍ଟଟି କାମ କରୁଥିବା ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଡାକ୍ତର ଅଜୟ କୌଲ କହିଛନ୍ତି ଏହା କୌଣସି ଚମତ୍କାରଠାରୁ କମ୍‌ ନୁହେଁ। କାରଣ ଏବେ ଜବାଦଙ୍କ ପ୍ରାକୃତିକ ହାର୍ଟଟି ଭଲଭାବେ କାମ କରୁଛି। ତେଣୁ ଲଗାଯାଇଥିବା କୃତ୍ରିମ ହାର୍ଟକୁ ବାହାର କରି ଦିଆଯାଇଛି।

Share