କୃତ୍ରିମ ବନ୍ୟାକୁ ବର୍ଷେ ବିତିବାକୁ ବସିଲାଣି:ଏଯାଏ ଚାଷୀଙ୍କୁ ମିଳିନି କ୍ଷତିପୂରଣ

ଆନନ୍ଦପୁର,୨୪।୭ (ସ୍ବ.ପ୍ର.)-କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ସରକାର ଓ ପ୍ରଶାସନ ସ୍ତରରେ କିଭଳି ଅବହେଳା କରାଯାଉଛି ତାହାର ଏକ ନଜିର ପଦାକୁ ଆସିଛି। ଗତ ବର୍ଷ ଅଗଷ୍ଟ ୨୪ ତାରିଖରେ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ କଣ୍ଟିପାଳ ପଞ୍ଚାୟତର ବାରୁଆଁ ଠାରେ ଜଳ ସମ୍ପଦ ବିଭାଗ ନିର୍ମାଣାଧୀନ ବାମ ପାର୍ଶ୍ୱ କେନାଲରେ ଘାଗରା ନଦୀର ଜଳ ପ୍ରବେଶ କରିବାରୁ ବନ୍ଧ ଭାଙ୍ଗି ଯାଇଥିଲା। ୬ଟି ସ୍ଥାନରେ ବଡ଼ ବଡ଼ ଘାଇ ହୋଇ ଚାଷ ଜମିରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଶତାଧିକ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ଏହା ମଧ୍ୟରେ ବର୍ଷେ ବିତିବାକୁ ଆଉ ମାସେ ବାକି ଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ମିଳିନାହିଁ। କୃତ୍ରିମ ବନ୍ୟାର ଶିକାର ହୋଇଥିବା ବଳଦୁଆଁ, ପଣ୍ଡୁଆ ଓ ଚମର୍ଦାର ଚାଷୀ କ୍ଷୋଭ ପ୍ରକାଶ କରି ଏସମ୍ପର୍କରେ ସରକାର ତଥା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
ଚାଷୀମାନେ ଦର୍ଶାଇଛନ୍ତି ଯେ, କେନାଲ ଘାଇ ଦେଇ ପାଣି ମାଡ଼ିଯିବାରୁ ଧାନ ଫସଲ ସମେତ ମାଛ ଚାଷ ପ୍ରଭାବିତ ହୋଇଥିଲା। ପୋଖରୀରେ ପାଣି ପଶିବାରୁ ମାଛ ସବୁ ଭାସି ଯାଇଥିଲେ। ବୈତରଣୀ ନଦୀ ବ୍ୟାରେଜ୍‌ ଡିଭିଜନ ଅଧୀନ ବାମପାର୍ଶ୍ୱ କେନାଲରେ ଅଚାନକ ଘାଗରା ନାଳର ବର୍ଷା ଜଳ ପ୍ରବାହିତ ହୋଇ ଏଭଳି ପରିସ୍ଥିତି ସୃଷ୍ଟି ହେବାରୁ ୩ଟି ଗ୍ରାମର ଦେଢ ଶହରୁ ଦୁଇ ଶହ ଏକର ଚାଷଜମି ଜଳାର୍ଣ୍ଣବ ହୋଇପଡ଼ିଥିଲା। କେନାଲ ବନ୍ଧ ଭାଙ୍ଗିବା ଖବରପାଇ ସ୍ଥାନୀୟ ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତୀ, ଆନନ୍ଦପୁର ବ୍ଲକ ବିଡିଓ, ଆରଆଇ ପ୍ରମୁଖ ଘଟଣା ସ୍ଥଳ ପରିଦର୍ଶନ କରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ଘଟଣାସ୍ଥଳ ପରିଦର୍ଶନ କରି ଘାଗରା ନାଳର ଜଳକୁ ରୋକିବା ପାଇଁ କେନାଲ ମୁଣ୍ଡରେ ବନ୍ଧ ବ୍ୟବସ୍ଥା କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଅଦ୍ୟାବଧି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳି ନ ଥିବାରୁ ସେମାନେ ଅଣ୍ଟା ସଳଖାଇ ପାରିନାହାନ୍ତି। ତୁରନ୍ତ କ୍ଷତିପୂରଣ ଦିଆ ନ ଗଲେ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri