କୃତ୍ରିମ ଅଙ୍ଗ ତିଆରି ଉପରେ ଗୁରୁତ୍ୱ ଦେବେ ସରକାର

ଭୁବନେଶ୍ୱର,୧୧ା୧(ବ୍ୟୁରୋ): ଦିବ୍ୟାଙ୍ଗଙ୍କ ଲାଗି କୃତ୍ରିମ ଅଙ୍ଗ ନିର୍ମାଣ ଉପରେ ଅଧିକ ଗୁରୁତ୍ୱ ଦେବେ ରାଜ୍ୟ ସରକାର। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏ ଦିଗରେ ବିଶେଷ ଧ୍ୟାନ ଦେବ। କୃତ୍ରିମ ଅଙ୍ଗ ନିର୍ମାଣ ହେବା ପରେ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ଶିବିର ତଥା ‘କ୍ଷମତା ଏକ୍ସପ୍ରେସ୍‌’ ନିର୍ଘଣ୍ଟ ସ୍ଥାନଗୁଡ଼ିକରେ ପରୀକ୍ଷାକ୍ରମେ ନିର୍ଦ୍ଧାରିତ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ଶୁକ୍ରବାର ଲୋକସେବା ଭବନରେ ଏନେଇ ବିବୃତିି ଦେବା ଅସବରରେ ପଣ୍ଡା କହିଥିଲେ, ସମ୍ବଲପୁରଠାରେ କୃତ୍ରିମ ଅଙ୍ଗ ନିର୍ମାଣ ପାଇଁ କାର୍ଯ୍ୟ କରୁଥିବା ୱାର୍କଶପ୍‌କୁ ଖୁବ୍‌ଶୀଘ୍ର ସ୍ବତନ୍ତ୍ର ଭାବରେ କମ୍ପ୍ୟୁଟରୀକରଣ କରାଯିବ। ଫଳରେ ଅତ୍ୟାଧୁନିକ ପ୍ରଣାଳୀରେ ଦିବ୍ୟାଙ୍ଗମାନଙ୍କ ନିମନ୍ତେ କୃତ୍ରିମ ଅଙ୍ଗ ପ୍ରସ୍ତୁତ କରାଯାଇପାରିବ ବୋଲି ମନ୍ତ୍ରୀ କହିଥିଲେ।
ଗୁରୁବାର ମନ୍ତ୍ରୀ ପଣ୍ଡା ସମ୍ବଲପୁର ଗସ୍ତ କରି ହାତୀବାରିସ୍ଥିତ ହେଲଥ୍‌ ହୋମ୍‌ ପରିଦର୍ଶନ କରିଥିଲେ। ସେଠାରେ ଅନ୍ତେବାସୀମାନଙ୍କୁ କମ୍ବଳ, ଲୁଗାପଟା ଓ ଛତା ସମେତ ୫ଟି ହୁଇଲ୍‌ ଚେୟାର, ୫ କୃତ୍ରିମ ଗୋଡ଼, ୩ ଟ୍ରେସାପେଡ୍‌, ୩ ୱାକର ବିତରଣ କରିଥିଲେ। ଏହି ଅବସରରେ ଭିନ୍ନକ୍ଷମ ପ୍ରମାଣପତ୍ର ଓ ଭତ୍ତା ମଧ୍ୟ ବଣ୍ଟନ କରାଯାଇଥିଲା। ସମ୍ବଲପୁର ଜିଲା ହାତୀବାରିଠାରେ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ହେଲଥ୍‌ ହୋମ୍‌ ସହ ଏକ କୁଷ୍ଠାଶ୍ରମ ରହିଥିବାବେଳେ ବିଭାଗୀୟ ମନ୍ତ୍ରୀ ପରିଦର୍ଶନ ସମୟରେ ଅନ୍ତେବାସୀମାନଙ୍କ ସହିତ ମତ ବିନିମୟ କରିଥିଲେ। ଏହି ସମୟରେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ସ୍ଥାନୀୟ ବିଡିଓ ଓ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। କୃତ୍ରିମ ଅଙ୍ଗ ପ୍ରସ୍ତୁତିକୁ ଆଗାମୀ ଦିନରେ ଅଧିକ ବ୍ୟାପକ କରାଯିବ ବୋଲି ମନ୍ତ୍ରୀ ଉଲ୍ଲେଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri