କୂଳ ଲଙ୍ଘୁଛି ସମୁଦ୍ର

ଗଞ୍ଜାମ,୨୭ା୬(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ଗୋଖରକୁଦାଠାରୁ ପ୍ରୟାଗୀ ଏବଂ ଦକ୍ଷିଣରେ ଥିବା ଆର୍ଯୀପଲ୍ଲୀ ପର୍ଯ୍ୟନ୍ତ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘୁଛି। ଏଥିଯୋଗୁ ଋଷିକୁଲ୍ୟା ବେଳାଭୂମି ଅବକ୍ଷୟ ହେବାରେ ଲାଗିଛି। ଋଷିକୁଲ୍ୟା ବେଳାଭୂମିରୁ ବଟେଶ୍ୱର ଶୈବପୀଠ ପର୍ଯ୍ୟନ୍ତ ବେଳାଭୂମି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ସମୁଦ୍ରରେ ଲୀନ ହେବାକୁ ବସିଲାଣି। ବେଳାଭୂମି ନିକଟବର୍ତ୍ତୀ ଅଞ୍ଚଳରୁ ଝାଉଁବଣ କାଟିବା ଏହାର ମୁଖ୍ୟ କାରଣ ବୋଲି ପରିବେଶବିତମାନେ କହିଛନ୍ତି । କାଠ ମାଫିଆମାନେ ଅବାଧରେ ଏହାକୁ କାଟି ଜାଳେଣି ଓ ଅନ୍ୟାନ୍ୟ ବ୍ୟବହାରରେ ଲଗାଉଥିବା ଅଭିଯୋଗ ହୋଇଛି। ଏପରି ହେଲେ ଆଗାମୀ ଦିନରେ ସମୁଦ୍ରର ଅଶାନ୍ତ ଜୁଆର ଦ୍ୱାରା ନିକଟବର୍ତ୍ତୀ ଅଞ୍ଚଳ କ୍ଷତିଗ୍ରସ୍ତ ହେବା ଯଥେଷ୍ଟ ସମ୍ଭାବନା ରହିଛି। ୨୦୦୭ରୁ ସାମୁଦ୍ରିକ ଅଞ୍ଚଳରେ ସମୁଦ୍ର କୂଳ ଖାଇବା ଆରମ୍ଭ ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ଯୋଗାଯୋଗ ବେଳେ ସୂଚନା ଦେଇଛନ୍ତି। ବେଳାଭୂମି ଅବକ୍ଷୟ ହେବାରୁ ପ୍ରତିବର୍ଷ ଗଞ୍ଜାମ ମୁହାଣକୁ ଗଣ ଅଣ୍ଡାଦାନ ପାଇଁ ଆସୁଥିବା ବିରଳ ଅଲିଭ ରିଡ୍‌ଲେ କଇଁଛମାନେ ମୁହଁ ଫେରାଇଲେଣି। ତାହା ଚଳିତ ବର୍ଷ ପ୍ରମାଣିତ ହୋଇଥିବା ଅଞ୍ଚଳବାସୀ କହିଛନ୍ତି। ସମୁଦ୍ର ଉଚ୍ଚ ଜୁଆର ଯୋଗୁ ବେଳାଭୂମି ହିଡ଼ ସୃଷ୍ଟି ହୋଇଥାଏ। ଫଳରେ କଇଁଛମାନେ ଉପରକୁ ଉଠି ନ ପାରି ଫେରି ଯାଉଥିବା ସେମାନେ କହିଛନ୍ତି। ଏଥିପାଇଁ ବନ ବିଭାଗ ପକ୍ଷରୁ ବେଳାଭୂମିରେ ପର୍ଯ୍ୟାପ୍ତ ପରିମାଣରେ ଚାରା ରୋପଣ କରାଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରକାଶ ଯେ, ୨୦୦୭ରେ କୂଳ ଖାଇବା ପରେ ସ୍ଥାନୀୟ ପୋଡ଼ମପେଟା ଅଞ୍ଚଳର ୧୪୨ ମତ୍ସ୍ୟଜୀବୀ ପରିବାରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri