କୂଳ ଲଙ୍ଘୁଛି ସମୁଦ୍ର

ଗଞ୍ଜାମ,୨୭ା୬(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ଗୋଖରକୁଦାଠାରୁ ପ୍ରୟାଗୀ ଏବଂ ଦକ୍ଷିଣରେ ଥିବା ଆର୍ଯୀପଲ୍ଲୀ ପର୍ଯ୍ୟନ୍ତ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘୁଛି। ଏଥିଯୋଗୁ ଋଷିକୁଲ୍ୟା ବେଳାଭୂମି ଅବକ୍ଷୟ ହେବାରେ ଲାଗିଛି। ଋଷିକୁଲ୍ୟା ବେଳାଭୂମିରୁ ବଟେଶ୍ୱର ଶୈବପୀଠ ପର୍ଯ୍ୟନ୍ତ ବେଳାଭୂମି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ସମୁଦ୍ରରେ ଲୀନ ହେବାକୁ ବସିଲାଣି। ବେଳାଭୂମି ନିକଟବର୍ତ୍ତୀ ଅଞ୍ଚଳରୁ ଝାଉଁବଣ କାଟିବା ଏହାର ମୁଖ୍ୟ କାରଣ ବୋଲି ପରିବେଶବିତମାନେ କହିଛନ୍ତି । କାଠ ମାଫିଆମାନେ ଅବାଧରେ ଏହାକୁ କାଟି ଜାଳେଣି ଓ ଅନ୍ୟାନ୍ୟ ବ୍ୟବହାରରେ ଲଗାଉଥିବା ଅଭିଯୋଗ ହୋଇଛି। ଏପରି ହେଲେ ଆଗାମୀ ଦିନରେ ସମୁଦ୍ରର ଅଶାନ୍ତ ଜୁଆର ଦ୍ୱାରା ନିକଟବର୍ତ୍ତୀ ଅଞ୍ଚଳ କ୍ଷତିଗ୍ରସ୍ତ ହେବା ଯଥେଷ୍ଟ ସମ୍ଭାବନା ରହିଛି। ୨୦୦୭ରୁ ସାମୁଦ୍ରିକ ଅଞ୍ଚଳରେ ସମୁଦ୍ର କୂଳ ଖାଇବା ଆରମ୍ଭ ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ଯୋଗାଯୋଗ ବେଳେ ସୂଚନା ଦେଇଛନ୍ତି। ବେଳାଭୂମି ଅବକ୍ଷୟ ହେବାରୁ ପ୍ରତିବର୍ଷ ଗଞ୍ଜାମ ମୁହାଣକୁ ଗଣ ଅଣ୍ଡାଦାନ ପାଇଁ ଆସୁଥିବା ବିରଳ ଅଲିଭ ରିଡ୍‌ଲେ କଇଁଛମାନେ ମୁହଁ ଫେରାଇଲେଣି। ତାହା ଚଳିତ ବର୍ଷ ପ୍ରମାଣିତ ହୋଇଥିବା ଅଞ୍ଚଳବାସୀ କହିଛନ୍ତି। ସମୁଦ୍ର ଉଚ୍ଚ ଜୁଆର ଯୋଗୁ ବେଳାଭୂମି ହିଡ଼ ସୃଷ୍ଟି ହୋଇଥାଏ। ଫଳରେ କଇଁଛମାନେ ଉପରକୁ ଉଠି ନ ପାରି ଫେରି ଯାଉଥିବା ସେମାନେ କହିଛନ୍ତି। ଏଥିପାଇଁ ବନ ବିଭାଗ ପକ୍ଷରୁ ବେଳାଭୂମିରେ ପର୍ଯ୍ୟାପ୍ତ ପରିମାଣରେ ଚାରା ରୋପଣ କରାଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ପ୍ରକାଶ ଯେ, ୨୦୦୭ରେ କୂଳ ଖାଇବା ପରେ ସ୍ଥାନୀୟ ପୋଡ଼ମପେଟା ଅଞ୍ଚଳର ୧୪୨ ମତ୍ସ୍ୟଜୀବୀ ପରିବାରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

‘ଶିକ୍ଷା ସଚେତନତା ରଥ’ ଉଦ୍‌ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୪ା୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଏକ ‘ଶିକ୍ଷା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମୁଖ୍ୟ ବଜାରରେ ବୋମାମାଡ଼ : ଭୁବନେଶ୍ୱରରୁ ବନ୍ଧା ହେଲେ ୫

ଚିକିଟି, ୪ା୪(ପ୍ରକାଶ ଚନ୍ଦ୍ର ସାହୁ ): ବ୍ରହ୍ମପୁର ପୋଲିସ ଜିଲା କେ. ନୂଆଗାଁ ଥାନା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଗତ ମଙ୍ଗଳବାର ରାତି ସାଢେ ୮ଟାରେ ହୋଇଥିବା…

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri