Posted inରାଜ୍ୟ

ଖବରଦାତାଙ୍କ ସହ ନୂଆ ଜିଲାପାଳଙ୍କ ସୌଜନ୍ୟମୂଳକ ଆଲୋଚନା: ତହସିଲ, ବ୍ଲକ, ଆର୍‌ଟିଓ କାର୍ଯ୍ୟାଳୟରେ ରହିବ ମତାମତ ବାକ୍ସ

ଜଗତ୍‌ସିଂହପୁର ଅଫିସ,୨୭ା୬: ଏଣିକି ଜଗତ୍‌ସିଂହପୁର ଜିଲାର ସମସ୍ତ ତହସିଲ, ବ୍ଲକ ଓ ଆର୍‌ଟିଓ କାର୍ଯ୍ୟାଳୟରେ ରହିବ ମତାମତ ବାକ୍ସ। ଫଳରେ ଏହି କାର୍ଯ୍ୟାଳୟକୁ ଯାଉଥିବା ଲୋକେ ଠିକ ଭାବେ ସେବା ପାଇଲେ କି ନାହିଁ ସେ ସମ୍ପର୍କରେ ମତାମତ ଲେଖି ବାକ୍ସରେ ପକାଇବେ। ଫର୍ମ ଦେବାନେବା ଦାୟିତ୍ୱରେ ଜଣେ କର୍ମଚାରୀ ନିୟୋଜିତ ରହିବେ। ପ୍ରତି ୧୫ ଦିନ କିମ୍ବା ୧ ମାସରେ ଏହି ବାକ୍ସ ଖୋଲାଯିବ। ତାହା ଯେ କେହି ଖୋଲିପାରିବେ ନାହିଁ। ସେ କିମ୍ବା ତାଙ୍କ ନିର୍ଦ୍ଦେଶରେ କୌଣସି ଅଧିକାରୀ ଏହା ଖୋଲିବେ। ଏଭଳି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ନୂଆକରି ଯୋଗ ଦେଇଥିବା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସେ କହିଛନ୍ତି, ମଧ୍ୟପ୍ରଦେଶ ସରକାର ସେ ରାଜ୍ୟରେ ମତାମତ ବ୍ୟବସ୍ଥା କରିଛନ୍ତି। ତେଣୁ ଜଗତ୍‌ସିଂହପୁର ଜିଲାରେ ଏହା ପ୍ରଚଳନ ହେଲାପରେ ଲୋକେ ସୁଦୂର ପ୍ରସାରି ଫଳ ପାଇବେ। ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଖବରଦାତାଙ୍କ ସହ ସୌଜନ୍ୟମୂଳକ ଆଲୋଚନା ଅବସରରେ ଜିଲାପାଳ ଏହା କହିଛନ୍ତି। କେବଳ ଏତିକି ନୁହେଁ ରେସିଡେଣ୍ଟ (ଘର), କାଷ୍ଟ (ଜାତି) ଓ ଲିଗାଲ ହେୟାର (ଉତ୍ତରାଧିକାରୀ) ସାର୍ଟିଫିକେଟ୍‌ ପାଇବା ପାଇଁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲାପାଳ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ଜୁଲାଇ ୧୫ ତାରିଖ ସୁଦ୍ଧା ସବୁଗୁଡିକର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ତହସିଲଦାର, ଅତିରିକ୍ତ ତହସିଲଦାର କିମ୍ବା ଅନ୍ୟ କର୍ମଚାରୀ ସମାଧାନ ନ କରି ପାଖରେ ରଖନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନୁରୂପ ଭାବେ ଜମିଜମା ସଂକ୍ରାନ୍ତ ଅର୍ଥାତା ମ୍ୟୁଟେସନ୍‌ ଆଦି ମାମଲା ୪/୫ ବର୍ଷ ଯାଏ ପାଖରେ ରଖିଲେ ହେବ ନାହିଁ। ତୁରନ୍ତ ସେଗୁଡିକୁ ଫଏସଲା କର ନ ଚେତ ତ୍ରୁଟି ଥିଲେ ବରଖାସ୍ତ କରିବାକୁ ପଡିବ। ଏହା ହେଲେ ରାଜସ୍ବ ବିଭାଗର ଗୁଣାତ୍ମକ ବୃଦ୍ଧି ଘଟିବ ବୋଲି ଜିଲାପାଳ କହିଥିଲେ। ନିଜ କଥା ଉଠାଇ ଜିଲାପାଳ କହିଥିଲେ ସେ ଯାହା କୁହନ୍ତି ତାହା କରନ୍ତି। ତେଣୁ ଅଫିସରମାନେ ମଧ୍ୟ ତାହା କରିବା ଉଚିତ। ୩ୟ ବାଟରେ ନ ଯିବା ପାଇଁ ସେ ଅଧିକାରୀଙ୍କୁ କହିଛନ୍ତି। ଅଧିକାରୀମାନେ ତାଙ୍କ ବାଟରେ ହେଉ ନ ଚେତ ଉପର ବାଟରେ ଯିବାକୁ ପରାମର୍ଶ ଦେଇଛନ୍ତି। ସବୁଠାରୁ ବଡ କଥା ହେଲା ଅଧିକାରୀମାନେ ସେମାନଙ୍କ ଶ୍ରମଠାରୁ ଅଧିକ ୩୦% ଶ୍ରମ ଦେବାକୁ ପଡିବ। ଏଥିରେ ଅନେକ ଅଫିସର ରାଜି ହୋଇ ଅଧିକ ସମୟ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜିଲାପାଳ କହିଥିଲେ। ଯେହେତୁ ସେ ଜିଲାର ପୁଅ ତେଣୁ ତାଙ୍କ ପାଇଁ ଅଧିକାରୀମାନେ ଏଭଳି କରିବେ ବୋଲି ଆଶାବାଦୀ ଅଛନ୍ତି। ସେ ବିଭିନ୍ନ ସରକାରୀ କାର୍ଯ୍ୟାାଳୟ ଅତର୍କିତ ପରିଦର୍ଶନ(ସରପ୍ରାଇଜ୍‌ ଭିଜିଟ୍‌) କରିବେ। ଅନ୍ୟ ଅଧିକାରୀମାନେ ମଧ୍ୟ ଅନୁରୂପ କରିବେ। ଜିଲାପାଳ ଯଦି ବାସଗୃହ ଭିତରେ ସୀମିତ ରହିବେ ତେବେ ଜିଲାର ଉନ୍ନତି ଏହି ପାଚେରି ଭିତରେ ରହିଯିବ ବୋଲି ମତ ରଖିଥିଲେ। ତେଣୁ ଜିଲା ପ୍ରଶାସନ ଡୋର ଷ୍ଟେପ୍‌ରେ ପହଞ୍ଚତ୍ବା ଆବଶ୍ୟକ।
ଜିଲାରେ ବୈଷୟିକ ଜ୍ଞାନର ସର୍ବାଧିକ ବ୍ୟବହାର ହେଉନି। ଯଦି ଜିଲାପାଳଙ୍କ ପାଖକୁ ୧୦ ଜଣ ବିଭିନ୍ନ ଅଭିଯୋଗ ନେଇ ପହଞ୍ଚିଥାନ୍ତିି ଏବଂ ଜିଲାପାଳଙ୍କଠାରୁ ଏହି ଫାଇଲ ଚାଲିଯାଏ ତେବେ କୁଆଡେ ଗଲା ପରବର୍ତ୍ତୀ ସମୟରେ ତାହା ଚିହ୍ନଟ କରି ହେଉନାହିଁ। ତେଣୁ ଏଥିରେ ବ୍ୟାପକ ପରିବର୍ତ୍ତନ କରାଯିବ। ଏହିଭଳି ଜିଲାରେ ଅନେକ ସମସ୍ୟା ରହିଛି। ଦୀର୍ଘ ବର୍ଷର ଏହିସବୁ ସମସ୍ୟାର ସମାଧାନ ରାତାରାତି ହୋଇପାରିବ ନାହିଁ। ତଥାପି ଯଥା ସମ୍ଭବ ଚେଷ୍ଟା ହେବ। ଜିଲା ମୁଖ୍ୟାଳୟରେ ଏକ ଭଲ ଷ୍ଟାଡିୟମ ନାହିଁ। କ୍ରୀଡାର ଉନ୍ନତି କିପରି ହେବ ବୋଲି ସେ ପ୍ରଶ୍ନ କରିବା ସହ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ। ଜଗତ୍‌ସିଂହପୁର ପୌର ପରିଷଦ ଅଞ୍ଚଳର ପରିମଳ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆସିବା ପାଇଁ ଚେଷ୍ଟା ହେବ। ଜିଲାରେ ଯେଉଁଭଳି ସିଥିଳତା ସୃଷ୍ଟି ହୋଇଛି ତାକୁ କ୍ରିୟାଶୀଳ କରାଯିବ ବୋଲି ଜିଲାପାଳ କହିଥିଲେ। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri