Categories: ଗଞ୍ଜାମ

କୂଅ ଖୋଳୁଥିବାବେଳେ ଖସିପଡି ଜଣେ ମୃତ

ଖଜୁରିପଡା,୨୬।୫(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ଫୁଲବାଣୀ ବ୍ଲକ କଟ୍ରିଙ୍ଗୀଆ ପଞ୍ଚାୟତର ଶ୍ରାକି ଗ୍ରାମରେ ଶନିବାର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ କାର୍ଯ୍ୟାଦେଶ ପାଇ କୂଅ ଖୋଳୁଥିବାବେଳେ ଖସିପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସନ୍ୟାସୀ କହଁର (୫୪)। ଏନେଇ ଲୋଚାପଡା ଥାନାରେ ନଂ.୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପ୍ରକାଶ ଯେ, ସନ୍ୟାସୀ ଶନିବାର ସନ୍ୟାସୀଙ୍କର କୂଅ ଖୋଳା କାମ ଚାଲିଥିଲା। ସେ କୂଅ ଭିତରୁ ମାଟି କାଢୁଥିବାବେଳେ ଖସି ପଡିଥିଲେ। କୂଅ ଭିତରେ ଥିବା ପଥରରେ ମାଡ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିଥିଲା। ଦିନତମାମ ମୃତଦେହକୁ ରଖିବାପରେ ରାତି ପ୍ରାୟ ୧୨ରେ ଏକ ଓଟଗାଡି ଯୋଗେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା। ଏହା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ ହୋଇଥିବାରୁ ଏନେଇ ଫୁଲବାଣୀ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କୁ ପଚାରିବାରୁ ସେ କହିଲେ, ଘଟଣା ସତ୍ୟ, ରବିବାର ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।