କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି/ପାଟପୁର (ଡି.ଏନ୍‌.ଏ.)- ସାନଖେମୁଣ୍ଡି ବ୍ଲକ ଭାଲିଆଝୋଳା ଗାଁ କୂଅରୁ ସୋମବାର ରାତି ପ୍ରାୟ ୮ ଟାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଉକ୍ତ ଗଁାର ବିଜୁଳି ନାୟକ। କୂଅକୁ ପାଣି ଆଣିବାକୁ ଯାଇଥିବାବେଳେ ଅସାବଧାନତା କାରଣରୁ ବିଜୁଳି କୂଅକୁ ଗଳି ପଡ଼ିଥିଲେ। ପାଖରେ ଥିବା ଲୋକେ ଘଟଣା ସମ୍ପର୍କରେ ଦିଗପହଣ୍ଡି ଦମକଳ କେନ୍ଦ୍ରକୁ ଫୋନ କରି ଜଣାଇଥିଲେ। ଅଗ୍ନିଶମ ଅଧିକାରୀ ବିଜୟ କୁମାର ନାୟକ, ହାବିଲଦାର ରାଜେନ୍ଦ୍ର ନାରାୟଣ ଦାସ ପ୍ରମୁଖ ସଦଳବଳ ପହଞ୍ଚତ୍ଥିଲେ। ଆଗ୍ନିକ ଦୁଷ୍ମନ୍ତ ମାଝୀ ୩୦ ଫୁଟ ଗଭୀର କୂଅରେ ପଶି ବିଜୁଳିଙ୍କୁ ବାହାରକୁ ଆଣିଥିଲେ। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପାଟପୁର ପୋଲିସ ମେଡିକାଲରେ ପହଞ୍ଚତ୍ ମୃତଦେହ ଜବତ କରି ତଦନ୍ତ ଚଳାଇଛି। ମଙ୍ଗଳବାର ସକାଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।