Categories: ଗଞ୍ଜାମ

କୁହିଡ଼ି ପାଇଁ କାର୍‌ ଓଲଟି ୬ ଆହତ

କୋଦଳା,୨୩ା୧(ଡି.ଏନ.ଏ.)-କୋଦଳା ଖଲ୍ଲିକୋଟ ରାସ୍ତା ଖରଖରୀ ପୋଲ ନିକଟରେ ଗୁରୁବାର ଭୋର୍‌ରେ ଏକ କାର କୁହୁଡି ଯୋଗୁ ଓଲଟି ପଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ପି.ଗୋପାଳ (୨୩)ଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ, ଆସ୍କା ଥାନା ଝରପାରି ଗ୍ରାମର ଆକୁଳ ଗୌଡ଼ ନିଜ କାର୍‌ରେ ସମ୍ପର୍କୀୟଙ୍କୁ ନେଇ ବୁଧବାର ଭୁବନେଶ୍ୱର ଯାଇଥିଲେ। ଏକ ଭୋଜିରେ ଯୋଗ ଦେଇ ସେ ବୁଧବାର ରାତିରେ ସେଠାରୁ ବାହାରି ନିଜ ଗ୍ରାମକୁ ଫେରିବା ବେଳେ ପ୍ରବଳ କୁହୁଡିରେ ରାସ୍ତା ଦେଖା ନ ଯିବାରୁ କାରଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା। ଖବର ପାଇ ସ୍ଥାନୀୟ ପୋଲିସ  ତଦନ୍ତ ଚଳାଇଛି।