କୁସୁନପୁର, ବିଛାଖଣ୍ଡିରେ ଚାଲୁଥିବା ବେଆଇନ କ୍ରସର ଉଚ୍ଛେଦ କାର୍ଯ୍ୟ ୨ୟ ଦିନରେ: ବର୍ତ୍ତମାନ ସୁଦ୍ଧା ୯ଟି କ୍ରସର ଭଙ୍ଗା ସରିଛି

ଧର୍ମଶାଳା, ୫।୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ କୁସୁନପୁର ଓ ବିଛାଖଣ୍ଡିଠାରେ ବେଆଇନ ଭାବେ ଚାଲୁଥିବା କ୍ରସର ଉଚ୍ଛେଦ କାର୍ଯ୍ୟ ଗୁରୁବାର ୨ୟ ଦିନରେ ପହଞ୍ଚିଛି। ପୂର୍ବରୁ ଏ ନେଇ କ୍ରସର ମାଲିକଙ୍କୁ ନୋଟିସ କରାଯାଇଥିଲେ ମଧ୍ୟ ସମୟ ସୀମା ମଧ୍ୟରେ କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପ୍ରଶାସନ ପାଖରେ ପୈଠ କରିପାରି ନ ଥିଲେ। ତେଣୁ ପୂର୍ବ ନୋଟିସ ଆଧାରରେ ଏହି ଉଚ୍ଛେଦ କାର୍ଯ୍ୟ ଚାଲୁରହିଛି। ବର୍ତ୍ତମାନ ସୁଦ୍ଧା ୯ଟି କ୍ରସର ଭଙ୍ଗା ସରିଛି। ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଉଚ୍ଛେଦ କାର୍ଯ୍ୟରେ ଏଡିଏମ୍‌ ମିହିର ପ୍ରସାଦ ମହାନ୍ତି, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ସରୋଜ କୁମାର ପଣ୍ଡା, ମଇନ୍ସ ଅଧିକାରୀ ଅସିତ କୁମାର ବେହେରା, ଥାନା ଅଧିକାରୀ ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଅଛନ୍ତି।