କୁସୁନପୁର ଜଙ୍ଗଲକୁ ଗଲା ନରହନ୍ତା ହାତୀ

ଯାଜପୁର ଅଫିସ୍‌,୨୮।୧: ଦୀର୍ଘ ୧୦ଦିନ ହେବ ଯାଜପୁର ଜିଲାର ଦାନଗଦି, କୋରେଇ, ରସୁଲପୁର ଅଞ୍ଚଳରେ ଆତଙ୍କ ଖେଳାଇଥିବା ନରହନ୍ତା ହାତୀକୁ ଟ୍ରାଙ୍କୁଲାଇଜ୍‌ ପରେ ମଙ୍ଗଳବାର କୁସୁନପୁର ଜଙ୍ଗଲକୁ ପଠାଯାଇଛି। କଡା ସୁରକ୍ଷା ମଧ୍ୟରେ ହାତୀର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାକୁ ସ୍ଥାନାନ୍ତର କରାଯାଇଛି। ଦନ୍ତା ହାତୀକୁ ଏକ ବଡ଼ ଟ୍ରକରେ କଟକ ଡାଲିଯୋଡ଼ା ରେଞ୍ଜର କୁସୁନପୁର ଜଙ୍ଗଲକୁ ନିଆଯାଇଛି। ସୂଚନାଯୋଗ୍ୟ, ଏହି ହାତୀଟି ୪ଜଣଙ୍କ ଜୀବନ ନେଇଥିବାବେଳେ ୧୫ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଥିଲା।