Categories: ଜାତୀୟ

‘କୁଲି ନମ୍ବର-୧’ରେ ରଜତ ରାଓ୍ବଲ

ମୁମ୍ବାଇ: ‘ବଡିଗାର୍ଡ’ରେ ହାସ୍ୟ ଅଭିନୟ କରି ଦର୍ଶକଙ୍କ ମନରେ ଗଭୀର ଛାପ ପକାଇଥିବା ଅଭିନେତା ରଜତ ରାଓ୍ବଲ ପୁଣିଥରେ ବରୁଣ ଧାଓ୍ବନଙ୍କ ଅଭିନୀତ ‘କୁଲି ନମ୍ବର-୧’ରେ ଯୋଗ ଦେଇଛନ୍ତି। ଏ ସମ୍ପର୍କରେ ବରୁଣ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ମେସେଜ୍‌ ଟୁଇଟ କରି ଲେଖିଛନ୍ତି, ‘ପ୍ରିୟ କଳାକାର ରଜତଙ୍କ ସହ କାମ କରିବାର ସୁଯୋଗ ମିଳିଛି।’ ଏଥିସହିତ ସେ ଏକ ଫଟୋଗ୍ରାଫ୍‌ ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ ଉଭୟ ହସୁଥିବାର ଦେଖିବାକୁ ମିଳୁଛି।
ଉକ୍ତ ଫିଲ୍ମ ଡାଭିଡ ଧାଓ୍ବନଙ୍କ ୧୯୯୫ ହିଟ୍‌ ଫିଲ୍ମ ‘କୁଲି ନମ୍ବର-୧’ର ଦ୍ୱିତୀୟ ଭାଗ। ମୂଳ ଫିଲ୍ମରେ କରିସ୍ମା କପୁର ଓ ଗୋବିନ୍ଦା ଅଭିନୟ କରିଥିବାବେଳେ ନୂଆ ଫିଲ୍ମରେ ବରୁଣ ଏବଂ ସାରା ଅଲି ଖାନ୍‌ ଅଭିନୟ କରୁଛନ୍ତି। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ପରେଶ ରାଓ୍ବଲ, ରାଜପାଲ ଯାଦବ ଏବଂ ଜାଭେଦ ଜାଫରି।

Share