କୁର୍ତ୍ତମଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ସୁଧାରିବାକୁ ପୁରାତନ ଛାତ୍ରୀଛାତ୍ରଙ୍କ ଦାବି

ବାଲିଗୁଡ଼ା,୫।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲାର ସର୍ବ ପୂରାତନ ବିଦ୍ୟାଳୟ ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ ବ୍ଲକ ସ୍ଥିତ କୁର୍ତ୍ତମଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ୧୮୧୭ ମସିହାରେ ସ୍ଥାପିତ ହୋଇଥିବା ଏହି ବିଦ୍ୟାଳୟ ଗୋପାଳପୁର-ରାୟପୁର ୫୯ନଂ.ଜାତୀୟ ରାଜପଥ କଡରେ ଅବସ୍ଥିତ ହୋଇଥିଲେ ମଧ୍ୟ ବିଦ୍ୟାଳୟର ମୁଖ୍ୟ ଫାଟକ ସଂକୀର୍ଣ୍ଣ ହୋଇରହିଛି। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୩୫୯ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ମାତ୍ର ଛାତ୍ରଛାତ୍ରୀମାନଙ୍କ ପାଇଁ ଥିବା ପରିଶ୍ରାଗାରଗୁଡିକ ମଧ୍ୟ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପୁରାତନ ଛାତ୍ରୀଛାତ୍ର ସ୍କୁଲ ମୁଖ୍ୟ ଫାଟକ ନିର୍ମାଣ, ସ୍ଥାୟୀ ପ୍ରଧାନ ଶିକ୍ଷକ, ଶ୍ରେଣୀ କୋଠରୀ ମରାମତି ଆଦି ଦାବି କରିଛନ୍ତି। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ପୁରାତନ ଛାତ୍ରୀଛାତ୍ରଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି l