କୁମାରଖୁଣ୍ଟିକୁ ଆସିଲା ନରହନ୍ତା ଦନ୍ତା

ବାରଙ୍ଗ,୨୯ା୧(ଡି.ଏନ୍‌.ଏ.): ଯାଜପୁରରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟିକୁ ଅଣାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ହାତୀକୁ ଗୋଡ଼ିବାଲି ଦେଇ କୁମାରଖୁଣ୍ଟିକୁ ଅଣାଯାଇଥିଲା। ତେବେ ଚନ୍ଦକାରେ ପୂର୍ବରୁ ଅନ୍ୟ ଏକ ନରହନ୍ତା ଦନ୍ତା ଶଙ୍କର ରହିଛି। ସେଠାରେ ଚନ୍ଦକା ବନବିଭାଗ କର୍ମଚାରୀମାନେ ହାତୀକୁ ଜଗି ରହିଛନ୍ତି।