Categories: ଜାତୀୟ

କୁପଓ୍ବାଡା ମାଛିଲ ସେକ୍ଟରରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

କୁପଓ୍ବାଡା,୨୩।୬: ଆତଙ୍କବାଦୀଙ୍କୁ ଭାରତ ସୀମାରେ ଅନୁପ୍ରବେଶ କରାଇବା ପାଇଁ ଲଗାତର ପାକିସ୍ତାନ ଉଦ୍ୟମ ଜାରି ରଖିଛି। ଇତିମଧ୍ୟରେ ମଙ୍ଗଳବାର ପାକିସ୍ତାନ ସେନା ପକ୍ଷରୁ ଜମ୍ମୁ-କଶ୍ମୀର କୁପଓ୍ବାଡା ଜିଲାର ମାଛିଲ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି। ସୀମା ଆରପଟୁ ଭାରିମାତ୍ରାରେ ଗୁଳିଗୋଳା ବର୍ଷଣ କରାଯିବା ସହ ମୋର୍ଟାର ମାଡ଼ କରାଯାଉଛି। ତେବେ ପାକିସ୍ତାନ ସେନାର ଏହିି କାର୍ଯ୍ୟାନୁଷ୍ଠାନର କଡ଼ା ଜବାବ ଦେଇଛି ଭାରତୀୟ ସେନା। ଭାରତୀୟ ସେନା ପକ୍ଷରୁ ମଧ୍ୟ ପ୍ରତି ଆକ୍ରମଣ କରାଯାଇଛି। ସୂଚନାଯୋଗ୍ୟ, ଗତ ଫେବୃୟାରୀରୁ ଏପର୍ଯ୍ୟନ୍ତ ପାକିସ୍ତାନ ରାଜୌରି ଓ ପୁଞ୍ଛ ଜିଲାରେ ୨୭୦ଥର ଅସ୍ତ୍ରବିରତିି ଉଲ୍ଲଂଘନ କରିସାରିଛି। ଏଥିସହ ୩୦ରୁ ଊର୍ଦ୍ଧ୍ୱ ଥର ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରିଛି ବୋଲି ସୂଚନା ରହିଛି। ହେଲେ ପ୍ରତ୍ୟେକ ଥର ଭାରତୀୟ ସେନା ସେମାନଙ୍କୁ କଡ଼ା ଜବାବ ଦେଇଛି।

Share