କୁନ୍ଦୁଲି ଗଣବଳାତ୍କାର ମାମଲା: ହାଇକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା ଏସ୍‌ଆଇଟି

କଟକ ଅଫିସ,୧୬।୧୨: କୁନ୍ଦୁଲି ଗଣବଳାତ୍କାର ଘଟଣାର ତଦନ୍ତ ପାଇଁ ଗଠିତ ଏସ୍‌ଆଇଟି ସୋମବାର ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛି। ସିଲ୍‌ କଭର ମଧ୍ୟରେ ଏହି ରିପୋର୍ଟ ଦାଖଲ କରାଯାଇଛି। ଖୁବ୍‌ଶୀଘ୍ର ତଦନ୍ତ ଶେଷ ହେବ ବୋଲି ଜଣାପଡ଼ିଛି। ଆସନ୍ତା ୨୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି।
ସୂଚନାଯୋଗ୍ୟ ଯେ, ଉକ୍ତ ଘଟଣାର ତଦନ୍ତ ନିମନ୍ତେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନଭେମ୍ବର ୧୯ରେ ଏସ୍‌ଆଇଟି ଗଠନ କରାଯାଇଥିଲା।