Posted inଜାତୀୟ

କୁନାଲଙ୍କ ଯାତ୍ରା ଉପରେ ୪ ଏୟାର ଲାଇନ୍ସର କଟକଣା

ଚଣ୍ଡିଗଡ଼,୩୦ା୧: ଷ୍ଟାଣ୍ଡଅପ୍‌ କମେଡିଆନ୍‌ କୁନାଲ କାମରାଙ୍କ ବିମାନଯାତ୍ରା ଉପରେ ଇଣ୍ଡିଗୋ ପକ୍ଷରୁ ୬ ମାସ ପାଇଁ ଲଗାଯାଇଥିବା କଟକଣାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ମୁଖ୍ୟ ଅରୁଣ କୁମାର ନିନ୍ଦା କରିଛନ୍ତି। ଇଣ୍ଡିଗୋ କୁନାଲଙ୍କ ନାମକୁ ୬ ମାସ ପାଇଁ ‘ନୋ ଫ୍ଲାୟର ଲିଷ୍ଟ’ରେ ତାଲିକାଭୁକ୍ତ କରିବା ପୂର୍ବରୁ ଏକ ଆଭ୍ୟନ୍ତରୀଣ ତଦନ୍ତକୁ ଅପେକ୍ଷା କରିବା ଉଚିତ ଥିଲା। କିନ୍ତୁ ସେପରି ନ କରି ତାଙ୍କ ଯାତ୍ରା ଉପରେ ରୋକ ଲଗାଯାଇଛି, ଯାହାକି ନିୟମର ଉଲ୍ଲଂଘନ ବୋଲି ଡିଜିସିଏ ମୁଖ୍ୟ କହିଛନ୍ତି।
କୁନାଲ କାମରା ମଙ୍ଗଳବାର ଟୁଇଟରରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ଇଣ୍ଡିଗୋର ୬ଇ୫୩୧୭ ଫ୍ଲାଇଟ୍‌ରେ ମୁମ୍ବାଇରୁ ଲକ୍ଷ୍ନୌ ଯାତ୍ରାବେଳେ ରିପବ୍ଲିକ୍‌ ଟିଭିର ଏଡିଟର ଇନ୍‌ ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କୁ କେତୋଟି ପ୍ରଶ୍ନ କରିଥିବା ଦେଖିବାକୁ ମିଳିଥିଲା। ପରେ କୁନାଲ ଅର୍ଣ୍ଣବଙ୍କୁ ଦୁର୍ବ୍ୟବହାର କରିଥିବା ସୋସିଆଲ ମିଡିଆରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଇଣ୍ଡିଗୋ ଏବଂ ଅନ୍ୟ କେତେକ ବିମାନ ଚଳାଚଳ କମ୍ପାନୀ କୁନାଲଙ୍କ ଯାତ୍ରା ଉପରେ ୬ ମାସ ପାଇଁ ରୋକ ଲଗାଇଛନ୍ତି। ଡିଜିସିଏ ମୁଖ୍ୟ ଅରୁଣ କୁମାର କହିଛନ୍ତି, ଇଣ୍ଡିଗୋ, ଏୟାରଇଣ୍ଡିଆ, ସ୍ପାଇସ୍‌ଜେଟ ଏବଂ ଗୋଏୟାର ଭଳି କମ୍ପାନୀଗୁଡ଼ିକ ଯାତ୍ରା କଟକଣା ଘୋଷଣା କରିବା ୨୦୧୭ରେ ସଂଶୋଧିତ ସିଭିଲ୍‌ ଆଭିଏଶନ ରିକ୍ୱାୟରମେଣ୍ଟ ( ବିଶୃଙ୍ଖଳିତ ଯାତ୍ରୀଙ୍କୁ ସମ୍ଭାଳିବା ବିଷୟ ସମ୍ପର୍କିତ ସିଏଆର୍‌ ସେକ୍ସନ ୩, ସିରିଜ୍‌ ଏମ୍‌, ପାର୍ଟ ୬) ନିୟମର ଖୋଲାଖୋଲି ଉଲ୍ଲଂଘନ। ବିମାନରେ ଯାତ୍ରା ବେଳେ କୌଣସି ଯାତ୍ରୀ କଥାବାର୍ତ୍ତାରେ ବିଶୃଙ୍ଖଳିତ ଆଚରଣ ଦେଖାଇଲେ ଏୟାରଲାଇନ୍ସ ପ୍ରଥମେ ତାଙ୍କ ଯାତ୍ରା ଉପରେ ସାମୟିକ ଭାବେ ୩୦ ଦିନ କଟକଣା ଜାରି କରିବେ। ଏହାସହ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଘଟଣାର ଆଭ୍ୟନ୍ତରୀଣ ତଦନ୍ତ କରାଇବାର ନିୟମ ରହିଛି। ଦୋଷ ପ୍ରମାଣିତ ହେଲେ ସମ୍ପୃକ୍ତ ଯାତ୍ରୀଙ୍କ ଉପରେ ସର୍ବାଧିକ ୩ ମାସ ପାଇଁ ଯାତ୍ରା କଟକଣା ଜାରି କରାଯାଇପାରେ ବୋଲି ଅରୁଣ କୁମାର ସ୍ପଷ୍ଟ କରିଛନ୍ତି ବୋଲି ଏକ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ରେ ପ୍ରକାଶ ପାଇଥିଲା। ତେବେ ଏହାର କିଛି ସମୟ ପରେ ସମ୍ପୃକ୍ତ ଓ୍ବେବ୍‌ସାଇଟ୍‌ ଅରୁଣ କୁମାରଙ୍କ ମନ୍ତବ୍ୟକୁ ଭୁଲ ଢଙ୍ଗରେ ଉପସ୍ଥାପନ କରିଛି ବୋଲି ଡିଜିସିଏ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏହାସହ ସମ୍ପୃକ୍ତ ଖବରକୁ ଓ୍ବେବ୍‌ସାଇଟ୍‌ରୁ ହଟାଇବା ପାଇଁ ଡିଜିସିଏର ଅଫିସିଆଲ୍‌ ଟୁଇଟର୍‌ ହ୍ୟାଣ୍ଡେଲରେ ଦାବି କରାଯାଇଛି। ଇତିମଧ୍ୟରେ କୁନାଲ କଟାକ୍ଷ କରି ଟୁଇଟ୍‌ କରିଛନ୍ତି, ମୋଦିଜୀ ମୁଁ ଚାଲିପାରିବି ନା ତା’ ଉପରେ ବି ରୋକ ଲଗାଯାଇଛି? କୁନାଲଙ୍କ ବିମାନ ଯାତ୍ରା ଉପରେ କଟକଣା ଜାରି କରିବା ତାଙ୍କୁ ଚୁପ୍‌ କରାଇବା ପାଇଁ ଉଦ୍ଦିଷ୍ଟ ।
ଏହା ଏକ ଭୀରୁ କାର୍ଯ୍ୟ। ଜନମତକୁ ପ୍ରଭାବିତ କରିବା ପାଇଁ ନ୍ୟୁଜ କ୍ୟାମେରାକୁ ପ୍ରଚାରର ଏକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଲୋକେ ସେମାନଙ୍କ ଆଡ଼କୁ କ୍ୟାମେରା ବୁଲିବାବେଳେ ସାହସ ଦେଖାଇବା ଉଚିତ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri