Posted inଜାତୀୟ

କୁନାଲଙ୍କ ଯାତ୍ରା ଉପରେ ୪ ଏୟାର ଲାଇନ୍ସର କଟକଣା

ଚଣ୍ଡିଗଡ଼,୩୦ା୧: ଷ୍ଟାଣ୍ଡଅପ୍‌ କମେଡିଆନ୍‌ କୁନାଲ କାମରାଙ୍କ ବିମାନଯାତ୍ରା ଉପରେ ଇଣ୍ଡିଗୋ ପକ୍ଷରୁ ୬ ମାସ ପାଇଁ ଲଗାଯାଇଥିବା କଟକଣାକୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ମୁଖ୍ୟ ଅରୁଣ କୁମାର ନିନ୍ଦା କରିଛନ୍ତି। ଇଣ୍ଡିଗୋ କୁନାଲଙ୍କ ନାମକୁ ୬ ମାସ ପାଇଁ ‘ନୋ ଫ୍ଲାୟର ଲିଷ୍ଟ’ରେ ତାଲିକାଭୁକ୍ତ କରିବା ପୂର୍ବରୁ ଏକ ଆଭ୍ୟନ୍ତରୀଣ ତଦନ୍ତକୁ ଅପେକ୍ଷା କରିବା ଉଚିତ ଥିଲା। କିନ୍ତୁ ସେପରି ନ କରି ତାଙ୍କ ଯାତ୍ରା ଉପରେ ରୋକ ଲଗାଯାଇଛି, ଯାହାକି ନିୟମର ଉଲ୍ଲଂଘନ ବୋଲି ଡିଜିସିଏ ମୁଖ୍ୟ କହିଛନ୍ତି।
କୁନାଲ କାମରା ମଙ୍ଗଳବାର ଟୁଇଟରରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ଇଣ୍ଡିଗୋର ୬ଇ୫୩୧୭ ଫ୍ଲାଇଟ୍‌ରେ ମୁମ୍ବାଇରୁ ଲକ୍ଷ୍ନୌ ଯାତ୍ରାବେଳେ ରିପବ୍ଲିକ୍‌ ଟିଭିର ଏଡିଟର ଇନ୍‌ ଚିଫ୍‌ ଅର୍ଣ୍ଣବ ଗୋସ୍ବାମୀଙ୍କୁ କେତୋଟି ପ୍ରଶ୍ନ କରିଥିବା ଦେଖିବାକୁ ମିଳିଥିଲା। ପରେ କୁନାଲ ଅର୍ଣ୍ଣବଙ୍କୁ ଦୁର୍ବ୍ୟବହାର କରିଥିବା ସୋସିଆଲ ମିଡିଆରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଇଣ୍ଡିଗୋ ଏବଂ ଅନ୍ୟ କେତେକ ବିମାନ ଚଳାଚଳ କମ୍ପାନୀ କୁନାଲଙ୍କ ଯାତ୍ରା ଉପରେ ୬ ମାସ ପାଇଁ ରୋକ ଲଗାଇଛନ୍ତି। ଡିଜିସିଏ ମୁଖ୍ୟ ଅରୁଣ କୁମାର କହିଛନ୍ତି, ଇଣ୍ଡିଗୋ, ଏୟାରଇଣ୍ଡିଆ, ସ୍ପାଇସ୍‌ଜେଟ ଏବଂ ଗୋଏୟାର ଭଳି କମ୍ପାନୀଗୁଡ଼ିକ ଯାତ୍ରା କଟକଣା ଘୋଷଣା କରିବା ୨୦୧୭ରେ ସଂଶୋଧିତ ସିଭିଲ୍‌ ଆଭିଏଶନ ରିକ୍ୱାୟରମେଣ୍ଟ ( ବିଶୃଙ୍ଖଳିତ ଯାତ୍ରୀଙ୍କୁ ସମ୍ଭାଳିବା ବିଷୟ ସମ୍ପର୍କିତ ସିଏଆର୍‌ ସେକ୍ସନ ୩, ସିରିଜ୍‌ ଏମ୍‌, ପାର୍ଟ ୬) ନିୟମର ଖୋଲାଖୋଲି ଉଲ୍ଲଂଘନ। ବିମାନରେ ଯାତ୍ରା ବେଳେ କୌଣସି ଯାତ୍ରୀ କଥାବାର୍ତ୍ତାରେ ବିଶୃଙ୍ଖଳିତ ଆଚରଣ ଦେଖାଇଲେ ଏୟାରଲାଇନ୍ସ ପ୍ରଥମେ ତାଙ୍କ ଯାତ୍ରା ଉପରେ ସାମୟିକ ଭାବେ ୩୦ ଦିନ କଟକଣା ଜାରି କରିବେ। ଏହାସହ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଘଟଣାର ଆଭ୍ୟନ୍ତରୀଣ ତଦନ୍ତ କରାଇବାର ନିୟମ ରହିଛି। ଦୋଷ ପ୍ରମାଣିତ ହେଲେ ସମ୍ପୃକ୍ତ ଯାତ୍ରୀଙ୍କ ଉପରେ ସର୍ବାଧିକ ୩ ମାସ ପାଇଁ ଯାତ୍ରା କଟକଣା ଜାରି କରାଯାଇପାରେ ବୋଲି ଅରୁଣ କୁମାର ସ୍ପଷ୍ଟ କରିଛନ୍ତି ବୋଲି ଏକ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ରେ ପ୍ରକାଶ ପାଇଥିଲା। ତେବେ ଏହାର କିଛି ସମୟ ପରେ ସମ୍ପୃକ୍ତ ଓ୍ବେବ୍‌ସାଇଟ୍‌ ଅରୁଣ କୁମାରଙ୍କ ମନ୍ତବ୍ୟକୁ ଭୁଲ ଢଙ୍ଗରେ ଉପସ୍ଥାପନ କରିଛି ବୋଲି ଡିଜିସିଏ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏହାସହ ସମ୍ପୃକ୍ତ ଖବରକୁ ଓ୍ବେବ୍‌ସାଇଟ୍‌ରୁ ହଟାଇବା ପାଇଁ ଡିଜିସିଏର ଅଫିସିଆଲ୍‌ ଟୁଇଟର୍‌ ହ୍ୟାଣ୍ଡେଲରେ ଦାବି କରାଯାଇଛି। ଇତିମଧ୍ୟରେ କୁନାଲ କଟାକ୍ଷ କରି ଟୁଇଟ୍‌ କରିଛନ୍ତି, ମୋଦିଜୀ ମୁଁ ଚାଲିପାରିବି ନା ତା’ ଉପରେ ବି ରୋକ ଲଗାଯାଇଛି? କୁନାଲଙ୍କ ବିମାନ ଯାତ୍ରା ଉପରେ କଟକଣା ଜାରି କରିବା ତାଙ୍କୁ ଚୁପ୍‌ କରାଇବା ପାଇଁ ଉଦ୍ଦିଷ୍ଟ ।
ଏହା ଏକ ଭୀରୁ କାର୍ଯ୍ୟ। ଜନମତକୁ ପ୍ରଭାବିତ କରିବା ପାଇଁ ନ୍ୟୁଜ କ୍ୟାମେରାକୁ ପ୍ରଚାରର ଏକ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଲୋକେ ସେମାନଙ୍କ ଆଡ଼କୁ କ୍ୟାମେରା ବୁଲିବାବେଳେ ସାହସ ଦେଖାଇବା ଉଚିତ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri