କୁଦାହୁଡ଼ାଙ୍ଗ ଜଙ୍ଗଲରେ ମାଈହାତୀ ମୃତ

ନୂଆଗାଁ, ୯ା୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ସୀମାନ୍ତ ବିଶ୍ରା ବନାଞ୍ଚଳ ନୂଆଗାଁ ବ୍ଲକ ଚିତାପେଡି ପଞ୍ଚାୟତ ଅନ୍ତର୍ଗତ କୁଦାହୁଡାଙ୍ଗ ଜଙ୍ଗଲରେ ବୁଧବାର ଏକ ମାଈ ହାତୀର ମୃତଦେହ ମିଳିଛି। ହାତୀକୁ କେହି ମାରି ଦେଇଛନ୍ତି ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି ତାହା ଅସ୍ପଷ୍ଟ ରହିଛି। ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡିବ ବୋଲି ବିଶ୍ରା ବନ ବିଭାଗ ପକ୍ଷରୁ କୁହାଯାଇଛି।
ଗତ ୩ ଦିନ ତଳେ ସୁନ୍ଦରଗଡ଼ ଜିଲା ସୀମାନ୍ତ ରୁଙ୍ଘି ଜଙ୍ଗଲରେ ଏକ ହାତୀର ମୃତ୍ୟୁ ହୋଇଥିଲା। ଏହି ଘଟଣା ଝାଡ଼ଖଣ୍ଡ ଅଞ୍ଚଳରେ ଘଟିଥିବାରୁ ଝାଡ଼ଖଣ୍ଡ ବନବିଭାଗ ଏହାର ବ୍ୟବଚ୍ଛେଦ କରିଥିଲା। ବିଶ୍ରା ବନବିଭାଗ ମଧ୍ୟ ସେଠାକୁ ଯାଇ ଘଟଣାର ତଦନ୍ତ କରିଥିଲେ। ହେଲେ ଉକ୍ତ ହାତୀକୁ କେହି ଦୁର୍ବୃତ୍ତ ମାରିଥିଲେ ନା ନାହଁ ସ୍ପଷ୍ଟ ସୂଚନା ବନବିଭାଗ ତରଫରୁ ମିଳି ନ ଥିଲା । ଏପରିକି ବିଷାକ୍ତ ଖାଦ୍ୟ ହାତୀ ମୃତ୍ୟୁର କାରଣ ବି ହୋଇପାରେ ବୋଲି ସେତେବେଳେ ବିଶ୍ରା ବନବିଭାଗ ପକ୍ଷରୁ କୁହାଯାଇଥିଲା। ଉକ୍ତ ଘଟଣାର ୩ ଦିନ ପରେ ପୁଣି ବୁଧବାର ସୀମାବର୍ତ୍ତୀ କୁଦାହୁଡାଙ୍ଗ ଜଙ୍ଗଲରେ ଆଉ ଏକ ମାଈ ହାତୀ ମରିପଡିଥିବା ଗାଁ ଲୋକେ ଦେଖିଥିଲେ ଓ ବିଶ୍ରା ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ପାନପୋଷ ଡିଏଫ୍‌ଓ ସଞ୍ଜୟ କୁମାର ସ୍ବାଇଁ, ଏସିଏଫ୍‌ ଦିଲୀପ କୁମାର ସାହୁ, ବିଶ୍ରା ରେଞ୍ଜର ମାଣିକେଶ୍ୱରୀ ହାଁସଦା, ଡେପୁଟି ରେଞ୍ଜର ମନୋଜ ଡିଗା ପ୍ରମୁଖ କୁଦାହୁଡାଙ୍ଗ ଜଙ୍ଗଲରେ ପହଞ୍ଚତ୍ ଘଟଣାର ତଦନ୍ତ କରୁଛନ୍ତି। ବନବିଭାଗ କହିବାନୁଯାୟୀ ମୃତ ହାତୀର କୌଣସି ସ୍ଥାନରେ କ୍ଷତଚିହ୍ନ ନାହିଁ। ତେଣୁ ତାକୁ କେହି ମାରିଛନ୍ତି ବୋଲି କହି ହେଉନାହିଁ। ଅନ୍ୟପକ୍ଷରେ ଗତ ୩ ଦିନ ଅନ୍ତରରେ ୨ କିଲୋମିଟର ବ୍ୟବଧାନରେ ୨ଟି ହାତୀର ମୃତ୍ୟୁ ଘଟଣା ନିଶ୍ଚିତ ଭାବେ ଉଦ୍‌ବେଗର ବିଷୟ। କିଛିମାସ ହେବ ଓଡ଼ିଶା ସୀମାନ୍ତ ଗାଁ କୁଦାହୁଡାଙ୍ଗ, ଲୋଆରମ, ଯୋକେତା, ସୋରଡା ଆଦିରେ ଝାଡ଼ଖଣ୍ଡ ହାତୀପଲ ରାତିରେ ପଶି ଧନଜୀବନ ନଷ୍ଟ କରୁଛନ୍ତି। ଲୋକେ ଏକ ପ୍ରକାର ମାନସିକ ସ୍ତରରେ ହାତୀପ୍ରତି କଠୋର ନୀତି ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି। ଫଳସ୍ବରୂପ ହାତୀମାନଙ୍କୁ ସେମାନେ ଆକ୍ରମଣ ମଧ୍ୟ କରୁଛନ୍ତି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

ବିମାନବନ୍ଦରକୁ ଘେରି ରହିଛି କୁହୁଡ଼ି: ରନ୍‌ଓ୍ବେରେ ଫସିଲା ଅନେକ ବିମାନ

ଭୁବନେଶ୍ୱର,୧ା୧: ଗୁରୁବାର ସକାଳେ ଇଂରାଜୀ ନବବର୍ଷ ୨୦୨୬ର ପ୍ରଥମ ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁ ବିମାନ ଚଳାଚଳ ଗୁରୁତର...

ନ୍ୟୁୟର୍କ ସିଟି ପାଇଲା ପ୍ରଥମ ମୁସଲିମ ମେୟର, କୋରାନ ଉପରେ ହାତ ରଖି ନେଲେ ଶପଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ନ୍ୟୁୟର୍କକୁ ମିଳିଲା ନୂଆ ମେୟର ।  ଗୁରୁବାର ସକାଳେ ନ୍ୟୁୟର୍କ ସହରରେ ଜୋହରାନ୍ ମାମଦାନି ୧୧୨ତମ ମେୟର ଭାବରେ ଶପଥ ଗ୍ରହଣ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri