କୁତ୍ରା ବ୍ଲକରେ ଝାଡ଼ଖଣ୍ଡୀ ହାତୀପଲ ଆକ୍ରମଣରେ ଜଣେ ମୃତ

ସୁନ୍ଦରଗଡ଼,୨୯।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କୁରୁଞ୍ଜାଠାରେ ଝାଡ଼ଖଣ୍ଡୀ ହାତୀପଲ ଆକ୍ରମଣରେ ଅପରାହ୍ନରେ ଜଣଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିି ନାହିଁ।
ସୂଚନାଯୋଗ୍ୟ, ଉକ୍ତ ବ୍ଲକ ଗଙ୍ଗାଜଳ ଗ୍ରାମ ନିକଟକୁ ଶନିବାର ରାତିରେ ଝାଡ଼ଖଣ୍ଡୀ ହାତୀପଲ ଚାଲିଆସିଥିଲେ। ରବିବାର ହାତୀପଲକୁ ଘଉଡାଇବା ଲାଗି ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ ଓ୍ବେର ଗଙ୍ଗାଜଳ ବସଷ୍ଟାଣ୍ଡଠାରେ ସକାଳ ୮ ଟାରୁ ବନବିଭାଗ ରୋଡ ବ୍ଲକିଂ କରି ହାତୀପଲକୁ ଘଉଡାଇବା କାର୍ଯ୍ୟ ଜାରି ରଖିଥିଲା।