Categories: ଫୁରସତ

କୁକୁର ପାଇଁ ଏହି ଦୁଇ ଦେଶରେ ହୋଇଥିଲା ଯୁଦ୍ଧ

ଇତିହାସରେ ଆଜିପର୍ଯ୍ୟନ୍ତ ଅନେକ ଯୁଦ୍ଧ ହୋଇସାରିଛି। ଯେଉଁଥିରେ ବିଶ୍ୱଯୁଦ୍ଧ ପରି ମହାନ ଯୁଦ୍ଧ ସ୍ଥାନ ପାଇଛିି। ସାଧାରଣତଃ ପ୍ରତ୍ୟେକ ଯୁଦ୍ଧ କ୍ଷମତା କିମ୍ବା ସାମ୍ରାଜ୍ୟ ବିସ୍ତାର ପାଇଁ ହୋଇଥାଏ। ମାତ୍ର ଏମିତି ଏକ ଅଦ୍ଭୁତ ଯୁଦ୍ଧ ହୋଇଥିଲା, ଯାହାର କାରଣ ସମସ୍ତଙ୍କୁ ଚକିତ କରିଦେଇଥିଲା। ୟୁରୋପର ଦୁଇ ଦେଶ ମଧ୍ୟରେ ଏପରି ଯୁଦ୍ଧ ହୋଇଥିଲା। ଏହା ଛୋଟ ହେଲେ ବି କାରଣଟା ବେଶ୍‌ ଆଶ୍ଚର୍ଯ୍ୟଜନକ।
ଗ୍ରୀସ୍‌ ଏବଂ ବୁଲ୍‌ଗେରିଆ ମଧ୍ୟରେ ବହୁ ବିବାଦ ଲାଗି ରହିଥିଲା। କେହି କାହାର ଛାଇ ଦେଖୁ ନ ଥିଲେ। ଠିକ୍‌ ଏହି ସମୟରେ ଗ୍ରୀସ୍‌ର ଗୋଟିଏ କୁକୁର ମେସିଡୋନିଆର ସୀମା ଅତିକ୍ରମ କରିଥିଲା। କୁକୁରର ମାଲିକ (ଯିଏ କି ଗ୍ରୀସ୍‌ ଆର୍ମିରେ ଥିଲେ)। ତେଣୁ କୁକୁରକୁ ଧରିବା ପାଇଁ ସେ ମେସିଡୋନିଆର ସୀମାରେ ପ୍ରବେଶ କରିଥିଲେ। ଫଳରେ ଗ୍ରୀସ୍‌ ଏବଂ ବୁଲ୍‌ଗେରିଆ ମଧ୍ୟରେ ଯୁଦ୍ଧର ସୂତ୍ରପାତ ହୋଇଥିଲା। ୧୯୨୫ ଅକ୍ଟୋବର ୧୮ରୁ ୨୩ ତାରିଖ ଯାଏ ଏହି ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ପ୍ରାୟ ୫୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ପରେ ଦୁଇଦେଶ ମଧ୍ୟରେ ଏକ ସନ୍ଧି ହୋଇଥିଲା। ଏହି ଯୁଦ୍ଧରେ ବୁଲ୍‌ଗେରିଆର ଯାହା କିଛି କ୍ଷତି ହୋଇଥିଲା, ତାହା ଗ୍ରୀସ୍‌ ଭରଣ କରିବ ବୋଲି ସନ୍ଧିରେ ଲେଖାଥିଲା। ଏଥିପାଇଁ ଗ୍ରୀସ୍‌ ବୁଲ୍‌ଗେରିଆକୁ ୪୫ ହଜାର ପାଉଣ୍ଡ୍‌ ଅର୍ଥାତ୍‌ ପ୍ରାୟ ୪୩ ଲକ୍ଷ ଟଙ୍କା ଭରିଥିଲା। ଏହି ଯୁଦ୍ଧକୁ ‘ପେଟ୍ରିକ୍‌ ଘଟଣା’ ବୋଲି କୁହାଯାଏ।

Share