କୁକୁର ଗୋଡ଼ାଇବା କଥା ଭୁଲି ପାରୁନି

ଦୀପକଙ୍କ ଓଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ଓଡ଼ିଆ ସିନେମା ‘ମନ ମୋର ପ୍ରଜାପତି’ରୁ। ଏହାର ଶୁଟିଂ ସମୟରେ ଏପରି ଏକ ଘଟଣା ଘଟିଥିଲା ଯାହାକୁ ଭୁଲି ପାରୁନାହାନ୍ତି ଏହି ଅଭିନେତା..
ହଁ, କୁକୁର କଥା ମନେପଡ଼ିଲା ବେଳକୁ ଯେତିକି ଡର ଲାଗୁଛି ସେତିକି ହସ ମାଡୁଛି। ମୋର ପ୍ରଥମ ଓଡ଼ିଆ ସିନେମା ଥିଲା ‘ମନ ମୋର ପ୍ରଜାପତି’। ଏଥିରେ ମୋତେ ଏକ କୁକୁର ଗୋଡ଼ାଇବା ସିନ୍‌ ରହିଛି। କଥା କ’ଣ କି ଚଳଚ୍ଚିତ୍ରର କାହାଣୀ ଅନୁସାରେ ମୋ ପ୍ରେମିକାଙ୍କ ଘରେ ଏକ ପୋଷା କୁକୁର ଥାଏ। ଥରେ ତା’ ଘରକୁ ଗଲାବେଳେ କୁକୁରଟି ମୋତେ ଗୋଡ଼ାଇଲା। ମୁଁ ଜାଣୁଛି ଯେ ଏହା ଫିଲ୍ମ ଶୁଟିଂ ହେଉଛି, ତଥାପି ମନରେ ଭୟ ଆସୁଥିଲା-କାଳେ କୁକୁର ମୋତେ କାମୁଡ଼ିଦେବ? ସାହସର ସହ ଶଟ୍‌ ଦେଇଥିଲି । ଠାକୁରଙ୍କ ଆଶୀର୍ବାଦକୁ ଶଟ୍‌ଟି ଏକାଥରେ ଓକେ ହୋଇଥିଲା। ଲକ୍ଷ୍ମୀପୂଜା ପ୍ରଡକ୍ସନ ବ୍ୟାନରରେ ଏହି ଫିଲ୍ମର ପ୍ରଯୋଜନା କରିଥିଲେ ଅନାମ ଚରଣ ସାହୁ। ଏଥିରେ ଦୀପକଙ୍କ ସହ ସ୍କ୍ରିନ ଶେୟାର କରିଥିଲେ ବଙ୍ଗୀୟ ଅଭିନେତ୍ରୀ କୋଏଲ ବାନାର୍ଜୀ।

Share