କୁକୁର ଆକ୍ରମଣରୁ ବର୍ତ୍ତିଲା, ଗ୍ରୀଲ୍‌ ମାଡ଼ରେ ଗଲା ଜୀବନ

ନୟାଗଡ଼ ଅଫିସ,୩୦।୬: ଖାଦ୍ୟ ଅନ୍ବେଷଣରେ ନୟାଗଡ଼ ସହରମୁହାଁ ହୋଇଥିବା ଏକ କୁଟୁରାର ବୁଧବାର ମୃତ୍ୟୁ ଘଟିଛି । କୁକୁର ଆକ୍ରମଣରୁ ରକ୍ଷା ପାଇବାକୁ କୁଟୁରାଟି ଦ୍ରୁତଗତିରେ ଦୌଡି ଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କ ଘରର ଲୁହା ଗ୍ରୀଲରେ ପିଟି ହୋଇ ପ୍ରାଣ ହରାଇଛି। ବୁଧବାର ଏହି ଘଟଣା ଘଟିଛି। ଖବର ପାଇ ନୟାଗଡ଼ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କୁଟୁରାର ମୃତଦେହକୁ ଜବତ କରି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ବ୍ୟବଚ୍ଛେଦ କରାଇଥିଲେ । ଏହାପରେ ମୃତଦେହକୁ ପୋତି ଦେଇଛନ୍ତି ।