କୁକୁରକୁ ହେଲମେଟ୍‌ ପିନ୍ଧାଇ ବାଇକ୍‌ରେ ବୁଲାଇଲେ ମାଲିକ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ; ଲୋକେ କଲେ ପ୍ରଶଂସା

ଚେନ୍ନାଇ,୮।୧: ଏବେ ସୋସିଆଲ୍‌ ମିଡ଼ିଆରେ କୁକୁରକୁ ହେଲମେଟ୍‌ ପିନ୍ଧାଇ ବାଇକ୍‌ରେ ବୁଲାଇଥିବା ଜଣେ ମାଲିକଙ୍କ ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହାର ତାମିଲନାଡୁର ବୋଲି କୁହାଯାଉଛି। ମାଲିକ ଜଣକ ନିଜ ପୋଷା କୁକୁରକୁ ପଛରେ ବସାଇ ହେଲମେଟ୍‌ ପିନ୍ଧାଇ ବାଇକ୍‌ରେ ବୁଲାଉଛନ୍ତି। ୫୨ ସେକେଣ୍ଡର ଏହି ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ଲୋକ ମାଲିକ ବାଇକରେ ବସାଇ ଏପରି କରି ପୋଷା କୁକୁର ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା କମେଣ୍ଟ ଦେଇଛନ୍ତି। ମାତ୍ର ମାଲିକଙ୍କ ପୋଷା ପ୍ରାଣୀ ପ୍ରତି ଥିବା ସ୍ନେହ ଏବଂ ଯତ୍ନକୁ ନେଇ ବହୁ ଲୋକ ପ୍ରଶଂସା କରି ସକାରାତ୍ମକ କମେଣ୍ଟ ଦେଇଛନ୍ତି।

Share