କୁକୁଡ଼ା ଚୋର

କୁକୁଡ଼ା ଚୋରିକୁ ନେଇ କ’ଣ ଏକ ସିନେମା ନିର୍ମାଣ କରାଯାଇପାରେ? ହେଲେ ସେପରି ଏକ କୌତୂହଳପୂର୍ଣ୍ଣ ତଥା ସତ୍ୟ ଘଟଣାକୁ ଆଧାର କରି ପ୍ରସ୍ତୁତ ହୋଇଛି ନୂଆ ଚଳଚ୍ଚିତ୍ରଟିଏ, ଯାହାର ଟାଇଟଲ ରହିଛି ‘କୁକୁଡ଼ା ଚୋର’। କୋରାପୁଟର ଏକ ଗଁ।ରେ କୁକୁଡ଼ା ଚୋରିକୁ ନେଇ ଏପରି ଏକ ଘଟଣା ଘଟିଥିଲା, ଯାହାକୁ ନେଇ ସୁନ୍ଦର କାହାଣୀଟିଏ ପ୍ରସ୍ତୁତ କରିଥିଲେ ଜୀବନ ପଣ୍ଡା। ତାକୁ ଆଧାର କରି କୋରାପୁଟର ଆଞ୍ଚଳିକ ଭାଷାରେ ସିନେମାଟିଏ ନିର୍ମାଣ କରିବାକୁ ଆଗେଇ ଆସିଥିଲେ ପ୍ରଯୋଜକ ଶୁଭେନ୍ଦୁ ପାଢ଼ୀ। ରୋମାଞ୍ଚଭରା ଏହି ସିନେମାରେ ଲଭ୍‌, ଇମୋଶନ ମଧ୍ୟ ରହିଛି। ଚିତ୍ରଟିର ସଂଳାପ ରଚନା କରିଛନ୍ତି ଡ. ରାଜେନ୍ଦ୍ର ପାଢ଼ୀ। ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ମିତା ସୁନା। ଆନନ୍ଦ କୁମାରଙ୍କ ନିର୍ଦ୍ଦେଶନାରେ ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ଶୁଭେନ୍ଦୁ ପାଢ଼ୀ, ଅରୁଣ ପଟ୍ଟନାୟକ, ରାଜା ପଟ୍ଟନାୟକ, ସୁମନପ୍ରିୟା, ପ୍ରଜ୍ଞା ପ୍ରଧାନ, ଆର୍ଚ୍ଚି ପ୍ରଧାନ, ମୋହନ ରାଓ ଏବଂ ମହେଶ ରାଓ ପ୍ରମୁଖ କଳାକାର। ଫିଲ୍ମଟି ଚଳିତ ମାସରେ ରିଲିଜ୍‌ ହେବାର ଯୋଜନା ରହିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରକାଶ।

Share