କୁଇନ୍ସ ୟୁନିଭର୍ସିଟି ଚାନ୍‌ସେଲର ହେଲେ ହିଲାରୀ

ଓ୍ବାଶିଂଶନ/ଲଣ୍ଡନ,୩ା୧(ପି.ଟି.):ଆମେରିକାର ପୂର୍ବତନ ପରରାଷ୍ଟ୍ର ସଚିବ ହିଲାରୀ ରୋଡ୍‌ହାମ୍‌ କ୍ଲିଣ୍ଟନଙ୍କୁ ବ୍ରିଟେନର କୁଇନ୍ସ ୟୁନିଭର୍ସିଟିର ପ୍ରଥମ ମହିଳା ଚାନ୍‌ସେଲର ଭାବେ ନିଯୁକ୍ତି ମିଳିଛି। ୨୦୧୮ରେ ଉକ୍ତ ବିଶ୍ୱବିଦ୍ୟାଳୟରୁ ହିଲାରୀ ସମ୍ମାନଜନକ ଡକ୍ଟରେଟ ଉପାଧି ଲାଭ କରିଥିଲେ। ସେ ଏହାର ୧୧ତମ ଚାନ୍‌ସେଲର ଭାବେ ୫ ବର୍ଷ ପାଇଁ କାର୍ଯ୍ୟ କରିବେ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ୧୮୪୯ରେ ବ୍ରିଟେନର ବେଲଫାଷ୍ଟରେ ସ୍ଥାପିତ ଏହି ଗବେଷଣା ଶିକ୍ଷାନୁଷ୍ଠାନ ବ୍ରିଟେନ ଓ ଆୟର୍ଲାଣ୍ଡର ଅନ୍ୟତମ ଶୀର୍ଷ ବିଶ୍ୱବିଦ୍ୟାଳୟ।

Share