କିୟାରାଙ୍କୁ କପି କଲେ ପଲକ: ପତ୍ରରେ ଆବରଣ କରି କଲେ ଫଟୋ ସୁଟ୍‌

ବଲିଉଡ୍‌ ଅଭିନେତ୍ରୀ କିୟାରା ଆଡଓ୍ବାନି ଡବ୍ବୁ ରତନାନୀଙ୍କ କ୍ୟାଲେଣ୍ଡର ପାଇଁ ଫଟୋ ସୁଟ୍‌ କରି ଖୁବ୍‌ ଚର୍ଚ୍ଚାରେ ରହିଥିଲେ। କିୟାରା ଏହି ଫଟୋ ସୁଟ୍‌ ପାଇଁ କଦଳୀ ପତ୍ରରେ ନିଜକୁ ଆବରଣ କରିଥିଲେ। ଏବେ କିୟାରାଙ୍କୁ ଅନୁକରଣ କରିଛନ୍ତି ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ। ପଲକ ଏହି ନିକଟରେ ବୋଲ୍ଡ ଫଟୋସୁଟ୍‌ କରିଛନ୍ତି। ଏହି ଫଟୋରେ ସେ କିୟାରାଙ୍କ ପରି ଏକ ପତ୍ର ମାଧ୍ୟମରେ ନିଜକୁ ଆବରଣ କରିଥିବା ଦେଖିବାକୁ ମିଳୁଛି। ପଲକଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ପଲକ ଏହି ଫଟୋକୁ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି।

Share