ଭୁବନେଶ୍ୱର, ୨୬।୧୦(କ୍ରୀଡ଼ା ପ୍ରତିନିଧି)-ଭାରତୀୟ ମହିଳା ଓ ପୁରୁଷ ହକି ଦଳର ଖେଳାଳି, କୋଚ୍ ଓ ଅଫିସିଆଲ୍ମାନେ ଶୁକ୍ରବାର କିସ୍ ଓ କିଟ୍ ପରିଦର୍ଶନ କରିଛନ୍ତି। ସେମାନେ କିସ୍ର ବିଭିନ୍ନ ୟୁନିଟ୍ ବୁଲିବା ସହ ଉପସ୍ଥିତ ଛାତ୍ରୀଛାତ୍ରଙ୍କ ସହ ସମୟ ଅତିବାହିତ କରିଥିଲେ। ଏହି ପରିଦର୍ଶନରେ ସେମାନେ ଅଭୀଭୂତ ହୋଇଥିଲେ। ଦଳର ମୁଖ୍ୟ କୋଚ୍ଙ୍କ ଯୋଜନା ଅନୁସାରେ ଉଭୟ ମହିଳା ଓ ପୁରୁଷ ହକି ଦଳ ଏହି ପରିଦର୍ଶନରେ ଆସିପାରିଲା ବୋଲି ଖେଳାଳିମାନେ ମତ ଦେଇଥିଲେ। ତୁମେମାନେ ଜୀବନରେ ଯାହା ବି ଲକ୍ଷ୍ୟ ରଖୁଛ, ତାହା ଉଚ୍ଚ ହେବା ଉଚିତ। ତୁମେମାନେ ଏକ ସୁନ୍ଦର ପ୍ଲାଟ୍ଫର୍ମ ପାଇଛ। ତେଣୁ ଠିକ୍ ଢଙ୍ଗରେ ଏହାର ଉପଯୋଗ କରିବା ଉଚିତ। ଜନଜାତି ଛାତ୍ରୀଛାତ୍ର ସେମାନଙ୍କ ଭାଷାକୁ କେବେ ବି ଭୁଲିବା ଉଚିତ ନୁହେଁ ଏବଂ ସେମାନଙ୍କ ସଂସ୍କୃତିକୁ ଆହୁରି ଦୃଢ଼ୀଭୂତ କରିବା ସେମାନଙ୍କର କାମ। ତୁମେମାନେ ତୁମର ଶୁଦ୍ଧ ଆଚରଣ ଓ ନମ୍ରତାକୁ ବଜାୟ ରଖିବା ଉଚିତ ବୋଲି ଖେଳାଳିମାନେ ମତ ରଖିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରମାନେ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଥିଲେ। ପ୍ରକାଶଯୋଗ୍ୟ ଯେ, ଭାରତୀୟ ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପ୍ ଗ୍ରେସ୍ ଏକ୍କା, ଲିଲିମା ମିଞ୍ଜ୍ ଓ ନମିତା ଟପ୍ପୋ ଏବଂ ପୁରୁଷ ଦଳରେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି।
MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ
ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍ରେ ୩୯ ରନ୍…
ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା
ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…
ଫସିଗଲେ ଡେଭିଡ୍ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ
ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…
ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…
ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…
ଆଇସିସି ପ୍ଲେୟର ଅଫ୍ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି
ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍ ଦି ମନ୍ଥ୍ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍ସନ ଏବଂ ପେସ୍ ବୋଲର…
IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି
ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…
IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..
ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…
୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!
ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…
Archives

