କିମ୍‌ ଜଙ୍ଗ୍‌ ଉନ୍‌ଙ୍କୁ ନେଇ ବଢ଼ୁଛି ଗୁଜବ

ସିଓଲ,୨୭ା୪: ଉତ୍ତରକୋରିଆ ନେତା କିମ୍‌ ଜଙ୍ଗ୍‌ ଉନ୍‌ ଦୀର୍ଘଦିନ ଅନୁପସ୍ଥିତ ରହିବା ଏବଂ ଏ ସମ୍ପର୍କରେ ଦେଶ ପକ୍ଷରୁ କୌଣସି ସୂଚନା ଦିଆ ନ ଯିବା ଘଟଣା ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗୁଜବ ବଢ଼ାଇଛି। ଏପରିକି ତାଙ୍କର ମୃତ୍ୟୁ ଘଟିଥିବା ନେଇ ମଧ୍ୟ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ତେବେ ତାଙ୍କ ନାଁରେ ବିଦେଶୀ ନେତାମାନଙ୍କ ପାଖକୁ ପତ୍ର ଓ ଉପହାର ପଠାଯାଉଛି। ଦେଶର ଗଣମାଧ୍ୟମ ମଧ୍ୟ ପୂର୍ବଭଳି ଭାବେ କିମ୍‌ଙ୍କ ଗୁଣଗାନ କରୁଛି। ତେଣୁ ସେଠାରେ କିଛି ଅସ୍ବାଭାବିକ ଦେଖିବାକୁ ମିଳୁନାହିଁ ବୋଲି ଦକ୍ଷିଣ କୋରିଆ କହିଛି। ଅସ୍ତ୍ରୋପଚାର ପରେ କିମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଖବର ଠିକ୍‌ ନୁହେଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି।
ଏସବୁ ସତ୍ତ୍ୱେ କିମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଆଣବିକ ରାଷ୍ଟ୍ରର ଭାଗ୍ୟକୁ ନେଇ ଗୁଜବ ବନ୍ଦ ହେବା ନାଁ ଧରୁନି। ଏହାର ମୁଖ୍ୟ କାରଣ ହେଉଛି ଦୁଇ ସପ୍ତାହ ହେଲା ଉତ୍ତର କୋରିଆ ନେତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିନାହିଁ। ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ କଥା ଉଠୁଥିଲାବେଳେ ଦେଶ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟୀକରଣ ଦିଆଯାଉନାହିଁ। ଦେଶର ବିଶେଷଜ୍ଞ, ବୈଦେଶିକ ଅଧିକାରୀ ଓ ଗୋଇନ୍ଦା ସଂସ୍ଥା ମଧ୍ୟ ସତ୍ୟତା ଜାଣିବାକୁ ଉଦ୍ୟମ ଜାରି ରଖିଛନ୍ତି।
ସୋସିଆଲ ମିଡିଆରେ ପ୍ରସାରିତ ଖବର ଅନୁଯାୟୀ ଉତ୍ତର କୋରିଆ ନେତାଙ୍କ ଗୋଇଠି ମୋଡ଼ି ହୋଇଯିବା ଭଳି ସାମାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଛି ଓ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି କିମ୍ବା ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଆହୁରି ମଧ୍ୟ ଖବର ଆସୁଛି, ଭୁଲ୍‌ ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ପରେ କିମ୍‌ ବ୍ରେନ୍‌ ଡେଡ୍‌ କିମ୍ବା ସମ୍ପୂର୍ଣ୍ଣ ଅଚଳ ଅବସ୍ଥାରେ ଅଛନ୍ତି। ତାଙ୍କୁ ଅସ୍ତ୍ରୋପଚାର କରୁଥିବା ଡାକ୍ତରଙ୍କ ମଧ୍ୟରୁ ଜଣେ ଚାଇନାର ଥିଲେ। କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି କିମ୍‌ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥାଇପାରନ୍ତି। ଚାଇନା ଡାକ୍ତରଙ୍କଠାରୁ ଏହି ରୋଗ ତାଙ୍କୁ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି।
ଦକ୍ଷିଣ କୋରିଆ ମେସେଜିଂ ଆପ୍‌ରେ ପ୍ରସାରିତ ଗୁଜବ ଅନୁଯାୟୀ ଫ୍ରାନ୍ସର ଡାକ୍ତରମାନେ କିମ୍‌ଙ୍କୁ କୋମାରୁ ମୁକ୍ତ କରି ପାରିନାହାନ୍ତି।
ତାଙ୍କ ସାବତ ଭାଇ କିମ୍‌ ପ୍ୟୋଙ୍ଗ-ଇଲ୍‌ ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଥିବା ଚାଇନା ନେତାଙ୍କ ସହାୟତାରେ କ୍ଷମତା ଦଖଲ କରିଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ କିମ୍‌ଙ୍କ ଭଉଣୀ କିମ୍‌ ୟୋ ଜଙ୍ଗ୍‌ ପ୍ରଥମ ମହିଳା ଭାବେ ଉତ୍ତର କୋରିଆର ନେତୃତ୍ୱ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କ ସହ କିମ୍‌ଙ୍କ ଶିଖର ବୈଠକ ବେଳେ ତାଙ୍କ ଭଉଣୀ ପାଖରେ ଥିଲେ। ୨୦୧୮ ଓ୍ବିଣ୍ଟର ଅଲିମ୍ପିକ୍ସ ପାଇଁ ଅନୁଷ୍ଠିତ ବୈଠକରେ ସେ ଉତ୍ତର କୋରିଆର ପ୍ରତିନିଧିତ୍ୱ କରିଥିଲେ ଓ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କ ପଛରେ ବସିଥିବା ଦେଖାଯାଇଥିଲା। ଭାଇ କିମ୍‌ଙ୍କ ଠାରୁ ବ୍ୟକ୍ତିଗତ ବାର୍ତ୍ତା ନେଇ ସେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ-ଇନ୍‌ଙ୍କୁ ସମିଟ୍‌ରେ ଯୋଗଦେବା ଲାଗି ଆମନ୍ତ୍ରଣ କରିଥିଲେ। ସେଥିପାଇଁ ତାଙ୍କୁ ପରବର୍ତ୍ତୀ ନେତା କରାଯାଇପାରେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି।
ଦକ୍ଷିଣ କୋରିଆ ଗଣମାଧ୍ୟମ ଏଭଳି ଅନ୍‌ଲାଇନ ଗୁଜବକୁ ଖଣ୍ଡନ କରିଛି। ତେବେ ଉତ୍ତରକୋରିଆ ମୁହଁ ଖୋଲୁ ନ ଥିବାରୁ ଏବଂ ବିଶ୍ୱର ସବୁଠୁ ଶକ୍ତିଶାଳୀ ଗୋଇନ୍ଦା ସଂସ୍ଥା ମଧ୍ୟ କିମ୍‌ଙ୍କ ଘନିଷ୍ଠ ସହଯୋଗୀ ସର୍କଲରେ ପଶିପାରୁ ନ ଥିବାରୁ ଗୁଜବକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇ ନ ପାରେ ବୋଲି ଦକ୍ଷିଣ କୋରିଆ କହିଛି। କିମ୍‌ ଶେଷ ଥର ପାଇଁ ଏପ୍ରିଲ ୧୧ରେ ସର୍ବସାଧାରଣରେ ଉପସ୍ଥିତ ହୋଇ ଏକ ପଲିଟିବ୍ୟୁରୋ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଦେଶର ପ୍ରତିଷ୍ଠାତା ତଥା କିମ୍‌ଙ୍କ ଅଜା କିମ୍‌ ଇଲ୍‌-ସଙ୍ଗଙ୍କ ଜନ୍ମଦିନ ଏପ୍ରିଲ ୧୫ ଧୂମ୍‌ଧାମରେ ପାଳିତ ହୋଇଥିଲା। ଏଥିରେ କିମ୍‌ ଯୋଗ ନ ଦେବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri