କିମ୍ବଦନ୍ତୀ ସଙ୍ଗୀତକାର ଖାୟମ୍‌ଙ୍କ ପରଲୋକ

ମୁମ୍ବାଇ,୨୦ା୮- ଜାତୀୟ ପୁରସ୍କାରପ୍ରାପ୍ତ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜାହିର ହାଶ୍‌ମି ସୋମବାର ଏକ ଘରୋଇ ହସ୍ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୨ବର୍ଷ ହୋଇଥିଲା। ସେ ସଙ୍ଗୀତ ଦୁନିଆରେ ଖାୟମ୍‌ ଭାବେ ସୁପରିଚିତ। ବଲିଉଡ୍‌ ଶାସ୍ତ୍ରୀୟ ସଙ୍ଗୀତଭିତ୍ତିକ ‘କଭି କଭି’, ‘ତ୍ରିଶୂଳ’, ‘ରେଜିଆ ସୁଲତାନ’, ‘ନୁରି’ ଏବଂ ‘ଉମରାଓ ଜାନ୍‌’ ଭଳି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ବେଶ୍‌ ସୁପରିଚିତ। ଜାତୀୟ ପୁରସ୍କାର, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଏବଂ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ଖାୟମ୍‌ ଗତ ସପ୍ତାହରେ ଫୁସଫୁସ୍‌ ସଂକ୍ରମଣ ଯୋଗୁ ସୁଜୟ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଏହି ସ୍ବନାମଧନ୍ୟ କଳାକାର ୧୭ବର୍ଷ ବୟସରେ ଲୁଧିଆନାଠାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ।

Share