କିପରି ହେବ ବର୍ଷାଦିନର ପରିଧାନ

ବର୍ଷାଦିନ ଆରମ୍ଭ ହୋଇଗଲେ ମହିଳାଙ୍କ ଚିନ୍ତା ରହିଥାଏ ଯେ ଏହି ଦିନରେ କ’ଣ ପିନ୍ଧିବେ ଆଉ ପିନ୍ଧିବେନି। ଯଦି ଆପଣ ଏଥିରେ ସାମିଲ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। କାହିଁକି ନା ଆମେ ଏଠାରେ କେତୋଟି ଟିପ୍ସ ଦେଉଛୁ କ’ଣ ପିନ୍ଧିବେ ଆଉ ପିନ୍ଧିବେନି। ଜାଣନ୍ତୁ ସେ ସମ୍ପର୍କରେ….
ବର୍ଷାଦିନରେ ସବୁବେଳେ ଏମିତି କପଡ଼ା ବ୍ୟବହାର କରନ୍ତୁ ଯାହା ଓଦାହେବା ମାତ୍ରେ ଶୁଖୁ ଯାଉଥିବ।
ବର୍ଷାଦିନରେ କର୍ଟନ କପଡ଼ା ପିନ୍ଧନ୍ତୁ ନାହିଁ। ଏହା ଜଲ୍‌ଦୀ ଶୁଖି ନଥାଏ।
ପଲିଷ୍ଟର, କ୍ରେପ୍ସ, ନାଇଲନ୍‌ ଭଳି କପଡ଼ା ଭିଜିବା ପରେ ଶୀଘ୍ର ଶୁଖିଯାଏ। ଏଥିଲାଗି ଏହାକୁ ବ୍ୟବହାର କରନ୍ତୁ।
ଜର୍ଜଟ, ଶିଫନ୍‌ ଓ ଅନ୍ୟ ପାରଦର୍ଶୀ କପଡ଼ା ପିନ୍ଧନ୍ତୁ ନାହିଁ।
ଯଦି ଆପଣଙ୍କୁ ଲାଗୁଥାଏ ବର୍ଷାରେ ଓଦାହେଲେ ଆପଣଙ୍କ ଅନ୍ତର୍ବସ୍ତ୍ର ଦେଖାଯିବ ତେବେ ଡ୍ରେସ ଭିତରେ ମୋଟା ସ୍ଲିପ୍‌ ଓ ସ୍ଲାକ୍ସ ପିନ୍ଧନ୍ତୁ।
ବର୍ଷାଦିନରେ ଲେଦର ଫ୍ୟାଶନେବଲ ଜିନିଷ ବ୍ୟବହାର କରନ୍ତୁ ନାହିଁ।
ଯଦି ବର୍ଷାଦିନରେ ଭିଜିବାର ଆଶଙ୍କା ରହିଛି ସବୁବେଳେ ଗାଢ଼ା ରଙ୍ଗର ଡ୍ରେସ ପିନ୍ଧନ୍ତୁ ଫଳରେ ଓଦା ହେଲେ ବି ଅନ୍ତର୍ବସ୍ତ୍ର ଦେଖାଯିବନି।
-ଅଧିକ ପତଳା ଡ୍ରେସ ପିନ୍ଧନ୍ତୁ ନାହିଁ ଏହା ଓଦା ହେବା ମାତ୍ରେ ପୂରା ଶରୀର ଦେଖାଯିବ।
ବର୍ଷାଦିନରେ ନାଇଲନ୍‌, ପୋଲୀ କର୍ଟନ ଟିଶର୍ଟ ଓ ଥ୍ରିଫୋର୍ଥ ପ୍ୟାଣ୍ଟ ପିନ୍ଧିବା ସୁବିଧାଜନକ ରହିବ।
ବର୍ଷାଦିନରେ ଶାଢ଼ି ପିନ୍ଧନ୍ତୁ ନାହିଁ। ଢିଲା ଓ ଆରାମଦାୟକ କପଡ଼ା ପିନ୍ଧନ୍ତୁ। ପିରିୟଡ୍‌ ସମୟରେ ରେନ୍‌କୋର୍ଟ ଯେମିତି ହେଲେ ପିନ୍ଧନ୍ତୁ। ଏହା ଦ୍ୱାରା କପଡ଼ା ଓଦା ହେବନି ଓ ଆପଣଙ୍କୁ ଆରାମ ବି ଲାଗିବ।