କିପରି ପାଳିବେ ସୁରକ୍ଷିତ ଦୀପାବଳି

ଦୀପାବଳିକୁ ଧୁମ୍‌ଧାମ୍‌ରେ ପାଳିବାକୁ ସମସ୍ତଙ୍କର  ଇଚ୍ଛା । ହେଲେ ବାଣ ଫୁଟାଇବାବେଳେ ସାମାନ୍ୟ ସତର୍କତାର ଅବହେଳା ବିପଦକୁ ଡାକିଆଣେ। ତେବେ ଜାଣନ୍ତୁ ସେ ନେଇ କିଛି ଟିପ୍ସ…

– ସବୁବେଳେ ଖୋଲାସ୍ଥାନ ଦେଖି ବାଣ ଫୁଟାନ୍ତୁ। ଲୋକମାନେ କାରବାର କରୁଥିବା ସ୍ଥାନ ବା ଘରଠାରୁ ଦୂରରେ ରହି ବାଣ ଫୁଟାନ୍ତୁ। ବାଣ ଫୁଟାଉଥିବା ସ୍ଥାନରେ ଯେପରି ପେଟ୍ରୋଲ, ଡିଜେଲ୍‌, ଗ୍ୟାସ୍‌ ସିଲିଣ୍ଡର, କିରୋସିନ ଆଦି ନ ରହିବ ସେଥିପ୍ରତି ସତର୍କ ରୁହନ୍ତୁ।
– ବାଣ ଫୁଟାଇବା ବେଳେ ସର୍ବଦା ସୂତା ବା କଟନ କପଡ଼ା ପରିଧାନ କରନ୍ତୁ। ଏହି ସମୟରେ ଜୋତା ପିନ୍ଧିବାକୁ ଭୁଲନ୍ତୁ ନାହିଁ।
– ମାର୍କେଟରେ ମିଳୁଥିବା ନକଲି ବାଣଠାରୁ ଦୂରରେ ରୁହନ୍ତୁ। ଭଲ ବ୍ରାଣ୍ଡ୍‌ ଦେଖି କିଣନ୍ତୁ।
– ବାଣରେ ଥିବା ବାରୁଦ ତ୍ୱଚା ପ୍ରତି କ୍ଷତିକାରକ ହୋଇଥାଏ। ତେଣୁ ବାଣ ଫୁଟାଇବା ପରେ ହାତକୁ ଭଲଭାବେ ଧୁଅନ୍ତୁ।
– ଶରୀରଠାରୁ ଉଚିତ ବ୍ୟବଧାନ ରଖି ବାଣ ଫୁଟାନ୍ତୁ। କେଉଁ ବାଣ କିପରି ଫୁଟାଯିବ ସେ ବିଷୟରେ ଜାଣିରଖନ୍ତୁ।
– କୌଣସି ବାଣ ଥରେ ଜଳାଇବା ପରେ ଯଦି ନ ଫୁଟେ ତେବେ ତାକୁ ଦ୍ୱିତୀୟ ଥର ଲଗାନ୍ତୁ ନାହିଁ।
– ଆଖପାଖରେ ଥିବା ବିଜୁଳି ତାରଠାରୁ ଦୂରରେ ରହି ବାଣ ଫୁଟାନ୍ତୁ।
– ଏହି ସମୟରେ ହେଉଥିବା ପ୍ରଦୂଷଣ ଶ୍ୱାସରୋଗୀଙ୍କ ପାଇଁ ବିପଦ। ତେଣୁ ପ୍ରଦୂଷଣଠାରୁ ଦୂରରେ ରୁହନ୍ତୁ। ପାଖରେ ମେଡିସିନ୍‌ ଷ୍ଟକ୍‌ ରଖନ୍ତୁ।
– ଏହିଦିନ ମାର୍କେଟରେ ପ୍ରାୟ ବାସି ମିଠା ମିଳିଥାଏ, ଯାହାକି ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ। ଏଥିପ୍ରତି ଧ୍ୟାନ ଦିଅନ୍ତୁ।