କିଡ୍‌ନୀ ଷ୍ଟୋନ୍‌ ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ଆଜିକାଲି ଅନେକ ରୋଗରେ ମଣିଷ ପୀଡିତ ହେଉଛି। ଅତ୍ୟାଧୁନିକ ଜୀବନଶୈଳୀ, ଖାଦ୍ୟପେୟର ନୀତି ନିୟମ ଓ ଫାଷ୍ଟ ଫୁଡ୍‌, ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ରୋଗର ଶୀକାର ହେଉଛି। ମଣିଷ କିଡ୍‌ନୀରେ ଷ୍ଟୋନ୍‌ ରହିବା ଭଳି ଏକ ଗହନ ସମସ୍ୟା ଯନ୍ତ୍ରଣା ଦେଉଛି। ଫଳ ଓ ପନିପରିବାଯୁକ୍ତ ଖାଦ୍ୟ ଏହି ସମସ୍ୟାରୁ ମୁକ୍ତି ପାଇଁ ଖାଇବା ଜରୁରୀ ଅଟେ। ବିଶେଷ କରି ସୋଡିୟମ୍‌ଯୁକ୍ତ ଖାଦ୍ୟ ଓ ମାଂସ, ମାଛ, ଅଣ୍ଡା ଜାତୀୟ ଖାଦ୍ୟ ଏହି ସମସ୍ୟା ପାଇଁ ବାରଣ ହୋଇଥାଏ। କ୍ୟାଲ୍‌ସିୟମ୍‌ ଓ ପ୍ରଚୁର ପରିମାଣର ଅକ୍ସାଲେଡ୍‌ ଜାତୀୟ ଖାଦ୍ୟ କିଡ୍‌ନୀ ଷ୍ଟୋନ୍‌ କମାଇବାରେ ସହାୟକ ହୋଇଥାଏ ା କିଡ୍‌ନୀ ଷ୍ଟୋନ୍‌ କମାଇବାକୁ ଫଳ ଓ ପନିପରିବା ନିହାତି ଖାଇବା ଆବଶ୍ୟକ। ଏହା ସହିତ ବୃକ୍ଷ ଜାତୀୟ ପୁଷ୍ଟିକର ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି।