କିଡ୍‌ନୀ ରୋଗୀ ଧ୍ୟାନ ଦିଅନ୍ତୁ

କିଡ୍‌ନୀ ରକ୍ତରୁ ନିର୍ଗତ ବିଷାକ୍ତ ପଦାର୍ଥକୁ ଛାଣି ଶରୀରରୁ ବାହାରକୁ ନିଷ୍କାସିତ କରେ। ଯେତେବେଳେ ଏହା କାମ କରିବା ବନ୍ଦ କରେ, ଶରୀରରେ ବିଷାକ୍ତ ପଦାର୍ଥ ଜମା ହୋଇ ବିଭିନ୍ନ ସମସ୍ୟା ସୃଷ୍ଟି ହୁଏ। ଅଧିକାଂଶ ସମୟରେ ମହିଳାଙ୍କଠାରେ ଏ ସମସ୍ୟା ଦେଖାଦେଉଥିଲେ ମଧ୍ୟ ଲକ୍ଷଣକୁ ଅଣଦେଖା କରୁଥିବାରୁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହୁଏ। ଦିନସାରା ଅତିକମ୍‌ରେ ୨ ରୁ ୩ ଲିଟର ପାଣି ପିଅନ୍ତୁ। ଏହାଦ୍ୱାରା ବିଷାକ୍ତ ପଦାର୍ଥ ପରିସ୍ରା ଦେଇ ନିଷ୍କାସିତ ହୋଇଯିବ। ତାଜା ଫଳ ଏବଂ ଜୁସ୍‌ ସେବନ ଦ୍ୱାରା କିଡ୍‌ନୀ ପରିଷ୍କାର ରହିଥାଏ। ସବୁଜ ପନିପରିବା ଏବଂ ଶାଗ କିଡ୍‌ନୀକୁ ଡିଟକ୍ସ କରିଥାଏ। ଫାଇବର୍‌ ଯୁକ୍ତ ଆହାର ସେବନ କରନ୍ତୁ ଯେଉଁଥିରେ ବିଟ୍‌, ମୂଳା, ବନ୍ଧାକୋବି, ବ୍ରୋକୋଲି ସାମିଲ ଥିବ।