କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଗିରିଧାରୀ ଘଟନା: ସାହାଯ୍‌ର ହାତ୍‌ ବଢ଼ାଲା ଯୁବାମଞ୍ଚ, ଜାଗୃତି ଶାଖା

 

ଗୁଡ଼ଭେଲା, ୨୫।୨ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ତୁଷୁରା ସହରର ପତିତପାବନ ପଡ଼ାର ଗିରିଧାରୀ କୁମ୍ଭାର(୩୫)। ପାଖାପାଖି ୩ ମାସ ହେଲା ସେ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ଇ ବାବ୍‌ଦେ ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଗିରିଧାରୀ, ଚିକିଛା ସାହାଯ୍‌ ଆଶ୍‌ରେ ବାରଦୁଆର ବଡ଼ଭାଇ’ ଶୀରଷକ୍‌ରେ ଟିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ତୁଷୁରା ମାରଓ୍ବାଡି ଯୁବାମଞ୍ଚ ଆର ଜାଗୃତି ଶାଖା ଗିରିଧାରୀକୁଁ ସାହାଯ୍‌ର ହାତ୍‌ ବଢ଼େଇଛନ୍‌।
ସୂଚନା ଅନ୍‌ସାରେ ତୁଷୁରା ସହରର ପତିତପାବନ ପଡ଼ାର ସ୍ବର୍ଗତ ରମେଶ କୁମ୍ଭାର ଆର ରାଜେଶ୍ୱରୀକଁର ଦୁଇ ପୁଓ ହରି ଆର ଗିରିଧାରୀ। ଆଏଜ୍‌କେ ୪ ବଛର ତଲେ ମା’ବାପ୍‌ ଆରପାରକେ ଚାଲିଯାଇଛନ୍‌। ଗିରିଧାରୀ ବିହାଚୁରା ନାଇଁହେଇ, ବଡ଼ଭାଇ ହରି ଘରେ ମୁଡ଼ ଗୁଁଜିଛନ୍‌। ଇଆଡ଼େ ବଡ଼ଭାଇ ବି ନିହାତି ଗରିବ୍‌, ଡ୍ରାଇଭର କାମ୍‌ କରି ସେ କୁଟୁମ୍‌ ପୁଷୁଛନ୍‌। ଏନ୍‌ତାଥି ୩ ମାସ ତଲେ ଗିରିଧାରୀକଁର ଦିହିପା ଖରାପ ହେଲାରୁ ବଡ଼ଭାଇ ତାହାକୁ ବଲାଙ୍ଗୀର ଜିଲା ମୁଖିଆ ଡାକ୍‌ତରଖାନାରେ ଦେଖେଇଥିଲେ। ପରୀକ୍ଷାରୁ ଜନାଗଲା ଯେ ଗିରିଧାରୀ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ୍‌ ଅଛନ୍‌। ଡାକ୍‌ତର ଗିରିଧାରିକୁଁ ଉଚ ଚିକିଛା ଲାଗି ବୁର୍ଲା ନେବାକେ କହିଥିଲେ। ହେଲେ ଟଁକା ପଏସା ଅଭାବୁ ଗରିଧାରି ଭାଏଗ୍‌କେ ଆଦ୍‌ରି ଘରେ ପଡ଼ି ରହିଛନ୍‌। ଇ ଘଟନାକେ ନେଇ ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ତୁଷୁରା ମାରଓ୍ବାଡି ଯୁବାମଞ୍ଚ ଆର ଜାଗୃତି ଶାଖା ଗିରିଧାରୀକଁର ଚିକିଛା ଲାଗି ତାକର ଦାଦା ବହୁକେ ସାହାଯ୍‌ ଟଁକା ଦେଇଛନ୍‌। ସେ କେନ୍‌ଥେଇ ସରକାରୀ ଚିକିଛା ସାହାଯ୍‌ ପାଇପାରବେ ସେଥିରଲାଗି ପରଶାସନ ସଂଗେ ଯୋଗାଯୋଗ କରାଯିବା ବଲି ଯୁବାମଞ୍ଚର ଅଧ୍ୟକ୍ଷ ମନୋଜ ଜୈନ କହିଛନ୍‌। ସାହାଯ୍‌ ଟଁକା ଦେଲାବେଲେ ଜାଗୃତି ଶାଖାର ଆରତୀ ଅଗ୍ରୱାଲ, ଉଷା କେଡ଼ିଆ, ପ୍ରଭା କେଡ଼ିଆ, ଶ୍ରଦ୍ଧା କେଡ଼ିଆ, ମୀରା କେଡ଼ିଆ, ସୁମନ ଜୈନ, ସୀମା ଜୈନ, ପୂଜା ଜୈନ, ଆଶିତୋଷ କେଡ଼ିଆ ଆର ଭଗତ ଦୟାଲ କେଡ଼ିଆ ପରମୁଖ ଉପସ୍ଥିତ ଥିଲେ। ସେନ୍‌ତା ଧରିତ୍ରୀରେ ପରକାଶିତ ଇ ଖବରକେ ନେଇ ସାମାଜିକ କରମୀ ଦୀପା ବାରିକ ଗିରିଧାରୀକୁଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସାହାଯ୍‌ ସଂଗେ ମାହାଲିଆ ଚିକିଛା ସେବା ଯୁଗେଇ ଦେବାକେ ସିଡିଏମଓ, ବଲାଙ୍ଗୀର ଜିଲାପାଳ ଆର ମହିଲା ଓ ଶିଶୁ ବିକାଶ ମନ୍ତ୍ରୀକୁଁ ଟୁଇଟ କରିଥିବାର ଜନାଯାଇଛେ।