କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଗିରିଧାରୀ: ଚିକିଛା ସାହାଯ୍‌ ଆଶ୍‌ରେ ବାରଦୁଆର ବଡ଼ଭାଇ

ଗୁଡ଼ଭେଲା, ୨୪।୨(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁଷୁରା ସହରର ପତିତପାବନ ପଡ଼ାର ଗିରିଧାରୀ କୁମ୍ଭାର(୩୫)। ପାଖାପାଖି ୩ ମାସ ହେଲା ସେ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ହେଲେ ଟଁକା ପଏସା ଅଭାବୁ ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ସେ ଭଗବାନ ଭରସାରେ ଘରେ ପଡ଼ିରହିଛନ୍‌।
ସୂଚନା ଅନ୍‌ସାରେ ତୁଷୁରା ସହରର ପତିତପାବନ ପଡ଼ାର ସ୍ବର୍ଗତ ରମେଶ କୁମ୍ଭାର ଆର ରାଜେଶ୍ୱରୀକଁର ଦୁଇ ପୁଓ ହରି ଆର ଗିରିଧାରୀ। ଆଏଜ୍‌କେ ୪ ବଛର ତଲେ ମା’ବାପ୍‌ ଆରପାରକେ ଚାଲିଯାଇଛନ୍‌। ଗିରିଧାରୀ ବିହାଚୁରା ନାଇଁହେଇ। କୁଲିମଜୁରି କରି ନିଜର ପେଟ୍‌ ପାଲବାର ସଂଗେ ବଡ଼ଭାଇ ହରି ଘରେ ମୁଡ଼ ଗୁଁଜିଛନ୍‌। ହେଲେ ଆଏଜ୍‌କେ ୩ ମାସ ତଲେ ଗିରିଧାରୀକଁର ଦିହିପା ଖରାପ ହେଲାରୁ ବଡ଼ଭାଇ ହରି ତାହାକୁ ତୁଷୁରା, ଗୁଡ଼ଭେଲା ଆର ବଲାଙ୍ଗୀର ଡାକ୍‌ତରଖାନାରେ ନେଇ ଦେଖାଲେ। ବଲାଙ୍ଗୀର ଡାକ୍‌ତରଖାନାରେ ପରୀକ୍ଷାରୁ ଜନପଡ଼ଲା ଯେ ଗିରିଧାରୀ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌। ଉଚ ଚିକିଛା ଲାଗି ଡାକ୍‌ତର ଗିରିଧାରୀକୁଁ ବୁର୍ଲା ବଡ଼ ଡାକ୍‌ତରଖାନା ନେବାକେ ପରାମଶ ଦେଇଛନ୍‌। ହେଲେ ପରିବାରଟା ନିହାତି ଗରିବ୍‌। ବଡ଼ଭାଇ ହରି ଝନେ ଡ୍ରାଇଭର। ଏନ୍‌ତାଥି ସେ ଭାଇ ଗିରିଧାରୀର ଉଚ ଚିକିଛା କରେଇ ନାଇଁପାରବାର। ହରି ଭାଇର ଚିକିଛା ସାହାଯ୍‌ ଲାଗି ଏନ୍‌ଏସି ଅଧ୍ୟକ୍ଷା, ଏନ୍‌ଏସ୍‌ସି କାର୍ଯ୍ୟନିର୍ବାହୀ ଅଧ୍‌କାରୀ, ବ୍ଲକ ଅଧ୍ୟକ୍ଷ, ବିଡିଓ ଆର ମନ୍ତ୍ରୀ ଟୁକୁନି ସାହୁକୁଁ ଗୁହାରି କରିଛନ୍‌। ହେଲେ ଏଭ୍‌ତକ କେହେନ୍‌ସିନୁ କିଛି ସାହାଯ୍‌ ନୁହେମିଲେ ବଲି ହରି କହିଛନ୍‌। ଇ ଦିଗେ ଜିଲା ପରଶାସନ ଆର ସ୍ବାସ୍ଥ୍ୟ ବିଭାଗ ଦୁରୁଷ୍‌ଟି ଦେଇ ଗିରିଧାରୀକୁଁ ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଅଂଚଲର ବୁଧିଜୀବୀମାନେ ଦାବି କରିଛନ୍‌। ଇ ବାବ୍‌ଦେ ଗୁଡ଼ଭେଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ସୁମିତ ମେହେରକୁଁ ପଚ୍‌ରାଲାରୁ କାଣା ହେଇଛେ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।