କିଡ଼ନୀ ରୋଗାକ୍ରାନ୍ତ ସୁଦାମଙ୍କ ଚିକିତ୍ସା ଲାଗି ଅର୍ଥନାହିଁ

ଟିକ୍ରାପଡା, ୨ା୩(ଡି.ଏନ.ଏ.) ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ବାନ୍ଦୁପଲା ପଞ୍ଚାୟତ ଅଧିନ ସନ୍ଧିବାହାଲି ଗ୍ରାମର ସୁଦାମ ମାଝି (୨୦) ା ପାଞ୍ଚ ବର୍ଷ ହେବ କିଡ଼ନୀ ରୋଗରେ ଆକ୍ରାନ୍ତ ା ଟିଟିଲାଗଡ, ବଲାଙ୍ଗୀର, ବୁର୍ଲା ସରକାରୀ ଡାକ୍ତରଖାନା ଓ ଗ୍ରହ୍ମପୁର, ଚେନ୍ନାଇ, ବିଶାଖାପାଟଣାର ଏକ ବେସରକାରୀ ଡାକ୍ତରଖାନାରେ ଚିକିସତ୍ିତ ହୋଇ ଏଯାବତ୍‌ ତିନିଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। ଗରିବ, ଆଦିବାସୀ ସମ୍ପଦାୟର ଦନାର ମାଝିଙ୍କ ଦୁଇପୁଅଙ୍କ ମଧ୍ୟରେ ସୁଦାମ ବଡ। ୨୦୧୫ରେ ମାଟ୍ରିକ ପରୀକ୍ଷା ପାସ୍‌ କଲା ପରେ କିଡ୍‌ନି ରୋଗରେ ସେ ରୋଗାକ୍ରାନ୍ତ ହୋଇଥିବା ଜଣା ପଡିଥିଲା ା ଯୁକ୍ତଦୁଇରେ ନାମ ଲେଖାଇବା ସହ ପୁଅ ରୋଜଗାରକ୍ଷମ ହୋଇ ପରିବାରକୁ ସାହାଯ୍ୟ କରିବ ବୋଲି ମା’ବାପାଙ୍କର ଆଶାରେ ପୂର୍ଣ୍ଣଛେଦ ପଡିଥିଲା ା ସମ୍ପର୍କୀୟଙ୍କଠାରୁ ଧାରକରଜ କରି ସେ ସୁଦାମଙ୍କୁ ଗୋଟିଏ ଡାକ୍ତରଖାନାରୁ ଅନ୍ୟାନ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଚାଲିଲେ ା ହେଲେ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିଲା ନାହିଁ ା ସୁନା ଗହଣା, ଜମି ବନ୍ଧା ପକାଇ ସୁଦାମଙ୍କ ଚିକିତ୍ସା କଲେ। ଏଯାବତ୍‌ ୩ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି, ଆରୋଗ୍ୟ ହେବାର ସମ୍ଭାବନା ଦେଖା ଯାଉନି। ଏପଟେ ଉଧାର ଟଙ୍କା କିଭଳି ଶୁଝିବେ ଓ ଚାରି ପ୍ରାଣୀଙ୍କ ମୁହଁରେ ଦାନା ଦେବେ ସେହି ଚନ୍ତାରେ ଏବେ ସୁଦାମଙ୍କ ବାପା ଦିନ ରାତି ଘାରି ହେଉଛନ୍ତି। ସାନ ପୁଅ ସୁବଳ ନବମ ଯାଏ ପଢିବା ପରେ ଘରର ଅବସ୍ଥା ଦେଖି ପାଠ ପଢାରେ ଡୋରି ବାନ୍ଧିଲେ। ଏବେ ସେ ମୂଲ ମଜୁରି କରୁଛନ୍ତି। ବିପିଏଲ କାର୍ଡରେ ମିଳୁଥିବା ୨୦କିଗ୍ରା ଚାଉଳ ହିଁ ଘରର ସାହା ଭରସା ପାଲଟିଛି ା ଏପରିକି ବାହା ହୋଇ ସାରିଥିବା ଝିଅର ସୁନା ଗହଣାକୁ ମଧ୍ୟ ବନ୍ଧା ପକାଇ ଦେଇଛୁ ବୋଲି କୋହଭରା କଣ୍ଡରେ କହିଛନ୍ତି ସୁଦାମଙ୍କ ମା’ ବିଶାଖା । ଘରେ ଖାଇବାକୁ ଦାନା ନାହିଁ, ସେଥିରେ ପୁଣି ପୁଅର ଚିକିତ୍ସା ପାଇଁ ଅର୍ଥ ଯୋଗାଡ କିଭଳି କରିବୁ ା ଗତ ୧୭ତାରିଖରେ ବିଶାଖାପାଟଣାସ୍ଥିତ ସେଭେନହିଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ। ଟଙ୍କା ପଇସା ଅଭାବରୁ ଅଧିକ ଦିନ ଚିକିତ୍ସା କରାଇ ନ ପାରି ସାତଦିନ ପରେ ଫେରି ଆସିବାକୁ ବାଧ୍ୟ ହେଲୁ ବୋଲି ବିଶାଖା କହିଛନ୍ତି ା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଚିକିତ୍ସା ବ୍ୟବସ୍ଥା କରିବା ସହ ଆର୍ଥତ୍କ ସହଯୋଗ କରିବାକୁ ସେ ଆକୁଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri