କିଆବୁଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଛତ୍ରପୁର, ୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ୟାଙ୍କ କଲୋନୀ ପଛ ସାହି ନିକଟରେ ଥିବା କିଆବୁଦାରୁ ଶୁକ୍ରବାର ସକାଳେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି।
ଦୁଇ ଭଉଣୀଭାଇ ଭୋରରେ କିଆ ଫୁଲ ତୋଳିବାକୁ ଯାଉଥିବା ବେଳେ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ। ପରେ ସେମାନେ ଶିଶୁପୁତ୍ରକୁ ଉଦ୍ଧାରକରି ଛତ୍ରପୁର ହସ୍ପିଟାଲରେ ତା’ର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲେ। ଶିଶୁଟି ସୁସ୍ଥ ଥିବା ଜଣାପଡିବା ପରେ ଭଉଣୀଭାଇ ତାକୁ ନିଜ ଘରକୁ ନେଇଯାଇଥିବା ଜଣାପଡ଼ିଛି।