Posted inଫୁରସତ

କାହିଁକି ମାର୍ଚ୍ଚ ୮ରେ ପାଳନ କରାଯାଏ ଅନ୍ତର୍ଜାତୀୟ ମହିଳା ଦିବସ

ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ଏଣୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ଅନେକେ ମଧ୍ୟ ସୋସିଆଲ ମିଡିଆ ଜରିଆରେ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଲେଣି। ତେବେ ଆପଣ କ’ଣ ଏହା ଜାଣନ୍ତି ଏହି ଦିବସ କାହିଁକି ପାଳନ କରାଯାଏ?
ଏହା କେବେ ଆରମ୍ଭ ହେଲା। ବର୍ଷବର୍ଷ ଧରି ଏହାକୁ ପାଳନ କରି ଆସୁଥିଲେ ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ଉପରେ ଅନେକ କିଛି କଥା ଆମକୁ ଆଜିବି ଅଜଣା। ଜାଣନ୍ତୁ ସେ ସମ୍ପର୍କରେ…

କେବେ ଆରମ୍ଭ ହେଲା ମହିଳା ଦିବସ?
ବାସ୍ତବରେ ଅନ୍ତର୍ଜାତୀୟ ମହିଳା ଦିବସ ଏକ ଶ୍ରମିକ ଆନ୍ଦୋଳନରୁ ସୃଷ୍ଟି ହୋଇଛି। ୧୯୦୮ ମସିହାରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା। ଯେତେବେଳେ ନ୍ୟୁୟର୍କ ସହରରେ ୧୫ ହଜାର ମହିଳା ମାର୍ଚ୍ଚ ମାସରେ ଆନ୍ଦୋଳନ କରି ଚାକିରି କ୍ଷେତ୍ରରେ ସେମାନଙ୍କ ପାଇଁ କମ ସମୟ, ଭଲ ପାରିଶ୍ରମିକ ଦିଆଯାଉ ବୋଲି ଦାବି କଲେ। ଏହା ସହ ଭୋଟ ଦେବାର ଅଧିକାର ମଧ୍ୟ ଦାବି କରିଥିଲେ। ଏଣୁ ଆନ୍ଦୋଳନର ଏକ ବର୍ଷ ପରେ ଆମେରିକାର ସମାଜବାଦୀ ପାର୍ଟି ଏହି ଦିନଟିକୁ ପ୍ରଥମ ଜାତୀୟ ମହିଳା ଦିବସ ଭାବରେ ଘୋଷଣା କରିଥିଲା।

କିପରି ଏହି ଦିବସକୁ ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଗଲା
ଏପରି ଚିନ୍ତାଧାରା ଜଣେ ମହିଳାଙ୍କର ହିଁ ଥିଲା। ୧୯୧୦ ମସିହାରେ କପିଳେନ୍ଦ୍ରରେ କାର୍ଯ୍ୟରତ ମହିଳାମାନଙ୍କର ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଚାଲିଥିଲା। ଏହି ସମୟରେ କ୍ଲାରା ଜେଟ୍‌କିନ ନାମ୍ନୀ ମହିଳା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସେହି ସମୟରେ ଏହି ସମ୍ମିଳନୀରେ ୧୭ଟି ଦେଶର ୧୦୦ ମହିଳା ଉପସ୍ଥିତ ଥିଲେ। ସମସ୍ତେ ଏହି ପରାମର୍ଶକୁ ସମର୍ଥନ କଲେ। ୧୯୧୧ ମସିହାରେ ଅଷ୍ଟ୍ରିଆ, ଡେନ୍‌ମାର୍କ, ଜର୍ମାନୀ ଏବଂ ସ୍ବିଜରଲାଣ୍ଡରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ମାତ୍ର ୧୯୭୫ରେ ଏହା ଆନୁଷ୍ଠାନିକ ମାନ୍ୟତା ପାଇଲା। ସେତେବେଳେ ଏହାକୁ ମିଳିତ ଜାତିସଂଘ ଏକ ଥିମ ସହିତ ପ୍ରତିବର୍ଷ ପାଳନ କରିବା ଆରମ୍ଭ କଲା। ଅନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ବିଷୟବସ୍ତୁ ଥିଲା ‘ଅତୀତକୁ ପାଳନ କରିବା, ଭବିଷ୍ୟତ ପାଇଁ ଯୋଜନା’।

ତେବେ ୮ ମାର୍ଚ୍ଚ କାହିଁକି?
ଏହି ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିଥାଇପାରେ କି ମାର୍ଚ୍ଚ ୮ ତାରିଖରେ କାହିଁକି ଏହି ଦିବସ ପାଳନ କରାଯାଏ। ବାସ୍ତବରେ, କ୍ଲାରା ଜେଟ୍‌କିନ ମହିଳା ଦିବସ ପାଳନ କରିବାକୁ କୌଣସି ତାରିଖ ନିଶ୍ଚିତ କରି ନ ଥିଲେ। ୧୯୧୭ ମସିହା ଯୁଦ୍ଧ ସମୟରେ, ରୁଷ ମହିଳାମାନେ ‘ରୁଟି ଏବଂ ଶାନ୍ତି’ ଅର୍ଥାତ୍‌ (ଖାଦ୍ୟ ଏବଂ ଶାନ୍ତି) ଦାବି କରିଥିଲେ। ମହିଳାଙ୍କ ଏହି ଧର୍ମଘଟ ସମ୍ରାଟ୍‌ ନିକୋଲାସଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା। ପରେ ମଧ୍ୟବର୍ତ୍ତୀକାଳୀନ ସରକାର ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦେଇଥିଲେ। ସେହି ସମୟରେ ରୁଷରେ ଜୁଲିଆନ କ୍ୟାଲେଣ୍ଡର ବ୍ୟବହୃତ ହେଉଥିଲା। ମହିଳାମାନେ ଧର୍ମଘଟ କରିଥିବା ତାରିଖ ଥିଲା ୨୩ ଫେବୃୟାରୀ। ତେବେ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ଏହି ଦିନ ୮ ମାର୍ଚ୍ଚ ଥିଲା ଏବଂ ସେବେଠାରୁ ଅନ୍ତର୍ଜାତୀୟ ମହିଳା ଦିବସ ୮ ମାର୍ଚ୍ଚରେ ପାଳନ କରାଗଲା।

ତେବେ ଅନ୍ତର୍ଜାତୀୟ ପୁରୁଷ ଦିବସ ଅଛି କି?
ଆପଣଙ୍କ ମନକୁ ମଧ୍ୟ ପ୍ରଶ୍ନ ଆସିପାରେ କ’ଣ ଅନ୍ତର୍ଜାତୀୟ ପୁରୁଷ ଦିବସ ଅଛି? ଏହା କ’ଣ ପାଳନ କରାଯାଉଛି? ପ୍ରକୃତରେ ୧୯ ନଭେମ୍ବରକୁ ଅନ୍ତର୍ଜାତୀୟ ପୁରୁଷ ଦିବସ କୁହାଯାଏ। ଏହା ୧୯୯୦ ପରଠାରୁ ପାଳନ କରାଯାଇଆସୁଛି। ମାତ୍ର ମିଳିତ ଜାତିସଂଘ ଦ୍ୱାରା ଏହା ମାନ୍ୟତା ପାଇନାହିଁ । ୬୦ରୁ ଅଧିକ ଦେଶରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ପୁରୁଷଙ୍କ ସ୍ବାସ୍ଥ୍ୟ, ଲିଙ୍ଗ ସମ୍ପର୍କ ବୃଦ୍ଧି, ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ଏବଂ ସେଥିରେ ସକାରାତ୍ମକତା ବୃଦ୍ଧି କରିବା। ୨୦୧୭ରେ ଏହାର ଥିମ ଥିଲା ‘ସେଲିବ୍ରେଟ୍‌ ପୁରୁଷ ଏବଂ ବାଳକ’ ।

ସାରା ବିଶ୍ୱରେ କିପରି ପାଳନ କରାଯାଏ ଅନ୍ତର୍ଜାତୀୟ ମହିଳା ଦିବସ

ଅନେକ ଦେଶରେ ଏହି ଦିନଟିକୁ ଜାତୀୟ ଛୁଟି ଘୋଷଣା କରାଯାଏ। ରୁଷ ଏବଂ ଅନ୍ୟାନ୍ୟ ଦେଶରେ ଏହି ଦିନ ଫୁଲର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଥାଏ। ଏହି ସମୟରେ ମହିଳା ଏବଂ ପୁରୁଷ ପରସ୍ପରକୁ ଫୁଲ ଦିଅନ୍ତି। ଚାଇନାର ଅଧିକାଂଶ କାର୍ଯ୍ୟାଳୟରେ ମହିଳାମାନଙ୍କୁ ଅଧାଦିନ ଛୁଟି ଦିଆଯାଏ। ଯୁକ୍ତରାଷ୍ଟ୍ରରେ ମାର୍ଚ୍ଚ ମାସକୁ ମହିଳା ଇତିହାସ ମହୋତ୍ସବ ଭାବରେ ପାଳନ କରାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri