Posted inଫୁରସତ

କାହିଁକି ମାର୍ଚ୍ଚ ୮ରେ ପାଳନ କରାଯାଏ ଅନ୍ତର୍ଜାତୀୟ ମହିଳା ଦିବସ

ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ଏଣୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ଅନେକେ ମଧ୍ୟ ସୋସିଆଲ ମିଡିଆ ଜରିଆରେ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଲେଣି। ତେବେ ଆପଣ କ’ଣ ଏହା ଜାଣନ୍ତି ଏହି ଦିବସ କାହିଁକି ପାଳନ କରାଯାଏ?
ଏହା କେବେ ଆରମ୍ଭ ହେଲା। ବର୍ଷବର୍ଷ ଧରି ଏହାକୁ ପାଳନ କରି ଆସୁଥିଲେ ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ଉପରେ ଅନେକ କିଛି କଥା ଆମକୁ ଆଜିବି ଅଜଣା। ଜାଣନ୍ତୁ ସେ ସମ୍ପର୍କରେ…

କେବେ ଆରମ୍ଭ ହେଲା ମହିଳା ଦିବସ?
ବାସ୍ତବରେ ଅନ୍ତର୍ଜାତୀୟ ମହିଳା ଦିବସ ଏକ ଶ୍ରମିକ ଆନ୍ଦୋଳନରୁ ସୃଷ୍ଟି ହୋଇଛି। ୧୯୦୮ ମସିହାରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା। ଯେତେବେଳେ ନ୍ୟୁୟର୍କ ସହରରେ ୧୫ ହଜାର ମହିଳା ମାର୍ଚ୍ଚ ମାସରେ ଆନ୍ଦୋଳନ କରି ଚାକିରି କ୍ଷେତ୍ରରେ ସେମାନଙ୍କ ପାଇଁ କମ ସମୟ, ଭଲ ପାରିଶ୍ରମିକ ଦିଆଯାଉ ବୋଲି ଦାବି କଲେ। ଏହା ସହ ଭୋଟ ଦେବାର ଅଧିକାର ମଧ୍ୟ ଦାବି କରିଥିଲେ। ଏଣୁ ଆନ୍ଦୋଳନର ଏକ ବର୍ଷ ପରେ ଆମେରିକାର ସମାଜବାଦୀ ପାର୍ଟି ଏହି ଦିନଟିକୁ ପ୍ରଥମ ଜାତୀୟ ମହିଳା ଦିବସ ଭାବରେ ଘୋଷଣା କରିଥିଲା।

କିପରି ଏହି ଦିବସକୁ ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଗଲା
ଏପରି ଚିନ୍ତାଧାରା ଜଣେ ମହିଳାଙ୍କର ହିଁ ଥିଲା। ୧୯୧୦ ମସିହାରେ କପିଳେନ୍ଦ୍ରରେ କାର୍ଯ୍ୟରତ ମହିଳାମାନଙ୍କର ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଚାଲିଥିଲା। ଏହି ସମୟରେ କ୍ଲାରା ଜେଟ୍‌କିନ ନାମ୍ନୀ ମହିଳା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ସେହି ସମୟରେ ଏହି ସମ୍ମିଳନୀରେ ୧୭ଟି ଦେଶର ୧୦୦ ମହିଳା ଉପସ୍ଥିତ ଥିଲେ। ସମସ୍ତେ ଏହି ପରାମର୍ଶକୁ ସମର୍ଥନ କଲେ। ୧୯୧୧ ମସିହାରେ ଅଷ୍ଟ୍ରିଆ, ଡେନ୍‌ମାର୍କ, ଜର୍ମାନୀ ଏବଂ ସ୍ବିଜରଲାଣ୍ଡରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା। ମାତ୍ର ୧୯୭୫ରେ ଏହା ଆନୁଷ୍ଠାନିକ ମାନ୍ୟତା ପାଇଲା। ସେତେବେଳେ ଏହାକୁ ମିଳିତ ଜାତିସଂଘ ଏକ ଥିମ ସହିତ ପ୍ରତିବର୍ଷ ପାଳନ କରିବା ଆରମ୍ଭ କଲା। ଅନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ବିଷୟବସ୍ତୁ ଥିଲା ‘ଅତୀତକୁ ପାଳନ କରିବା, ଭବିଷ୍ୟତ ପାଇଁ ଯୋଜନା’।

ତେବେ ୮ ମାର୍ଚ୍ଚ କାହିଁକି?
ଏହି ପ୍ରଶ୍ନ ମଧ୍ୟ ଆପଣଙ୍କ ମନକୁ ଆସିଥାଇପାରେ କି ମାର୍ଚ୍ଚ ୮ ତାରିଖରେ କାହିଁକି ଏହି ଦିବସ ପାଳନ କରାଯାଏ। ବାସ୍ତବରେ, କ୍ଲାରା ଜେଟ୍‌କିନ ମହିଳା ଦିବସ ପାଳନ କରିବାକୁ କୌଣସି ତାରିଖ ନିଶ୍ଚିତ କରି ନ ଥିଲେ। ୧୯୧୭ ମସିହା ଯୁଦ୍ଧ ସମୟରେ, ରୁଷ ମହିଳାମାନେ ‘ରୁଟି ଏବଂ ଶାନ୍ତି’ ଅର୍ଥାତ୍‌ (ଖାଦ୍ୟ ଏବଂ ଶାନ୍ତି) ଦାବି କରିଥିଲେ। ମହିଳାଙ୍କ ଏହି ଧର୍ମଘଟ ସମ୍ରାଟ୍‌ ନିକୋଲାସଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା। ପରେ ମଧ୍ୟବର୍ତ୍ତୀକାଳୀନ ସରକାର ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦେଇଥିଲେ। ସେହି ସମୟରେ ରୁଷରେ ଜୁଲିଆନ କ୍ୟାଲେଣ୍ଡର ବ୍ୟବହୃତ ହେଉଥିଲା। ମହିଳାମାନେ ଧର୍ମଘଟ କରିଥିବା ତାରିଖ ଥିଲା ୨୩ ଫେବୃୟାରୀ। ତେବେ ଗ୍ରେଗୋରିଆନ କ୍ୟାଲେଣ୍ଡରରେ ଏହି ଦିନ ୮ ମାର୍ଚ୍ଚ ଥିଲା ଏବଂ ସେବେଠାରୁ ଅନ୍ତର୍ଜାତୀୟ ମହିଳା ଦିବସ ୮ ମାର୍ଚ୍ଚରେ ପାଳନ କରାଗଲା।

ତେବେ ଅନ୍ତର୍ଜାତୀୟ ପୁରୁଷ ଦିବସ ଅଛି କି?
ଆପଣଙ୍କ ମନକୁ ମଧ୍ୟ ପ୍ରଶ୍ନ ଆସିପାରେ କ’ଣ ଅନ୍ତର୍ଜାତୀୟ ପୁରୁଷ ଦିବସ ଅଛି? ଏହା କ’ଣ ପାଳନ କରାଯାଉଛି? ପ୍ରକୃତରେ ୧୯ ନଭେମ୍ବରକୁ ଅନ୍ତର୍ଜାତୀୟ ପୁରୁଷ ଦିବସ କୁହାଯାଏ। ଏହା ୧୯୯୦ ପରଠାରୁ ପାଳନ କରାଯାଇଆସୁଛି। ମାତ୍ର ମିଳିତ ଜାତିସଂଘ ଦ୍ୱାରା ଏହା ମାନ୍ୟତା ପାଇନାହିଁ । ୬୦ରୁ ଅଧିକ ଦେଶରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ପୁରୁଷଙ୍କ ସ୍ବାସ୍ଥ୍ୟ, ଲିଙ୍ଗ ସମ୍ପର୍କ ବୃଦ୍ଧି, ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ଏବଂ ସେଥିରେ ସକାରାତ୍ମକତା ବୃଦ୍ଧି କରିବା। ୨୦୧୭ରେ ଏହାର ଥିମ ଥିଲା ‘ସେଲିବ୍ରେଟ୍‌ ପୁରୁଷ ଏବଂ ବାଳକ’ ।

ସାରା ବିଶ୍ୱରେ କିପରି ପାଳନ କରାଯାଏ ଅନ୍ତର୍ଜାତୀୟ ମହିଳା ଦିବସ

ଅନେକ ଦେଶରେ ଏହି ଦିନଟିକୁ ଜାତୀୟ ଛୁଟି ଘୋଷଣା କରାଯାଏ। ରୁଷ ଏବଂ ଅନ୍ୟାନ୍ୟ ଦେଶରେ ଏହି ଦିନ ଫୁଲର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଥାଏ। ଏହି ସମୟରେ ମହିଳା ଏବଂ ପୁରୁଷ ପରସ୍ପରକୁ ଫୁଲ ଦିଅନ୍ତି। ଚାଇନାର ଅଧିକାଂଶ କାର୍ଯ୍ୟାଳୟରେ ମହିଳାମାନଙ୍କୁ ଅଧାଦିନ ଛୁଟି ଦିଆଯାଏ। ଯୁକ୍ତରାଷ୍ଟ୍ରରେ ମାର୍ଚ୍ଚ ମାସକୁ ମହିଳା ଇତିହାସ ମହୋତ୍ସବ ଭାବରେ ପାଳନ କରାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri