Posted inଖେଳ

କାହିଁକି ବିଶ୍ରାମ ନେଲେ ଆୟାର ଓ ଦୁବେ

ମୁମ୍ବାଇ, ୨୮।୧୨- ଚଳିତ ରଣଜୀ ଟ୍ରଫିରେ ମୁମ୍ବାଇ ଦଳ ଅପେକ୍ଷାକୃତ ରେଲ୍‌ଓ୍ବେଠାରୁ ଶୋଚନୀୟ ପରାଜୟ ବରଣ କରିବା ପରେ ଶ୍ରେୟାସ ଆୟାର ଓ ଶିବମ ଦୁବେଙ୍କ ଉପରେ ବହୁ ପ୍ରଶ୍ନ ଉଠିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ଭାରତୀୟ ଦଳ ପାଇଁ ଖେଳିଥିବା ଆୟାର ଓ ଦୁବେ ୨୫ ତାରିଖରୁ ଆରମ୍ଭ ହୋଇଥିବା ରେଲଓ୍ବେ ବିପକ୍ଷ ମ୍ୟାଚ୍‌ରେ ବିଶ୍ରାମ ନେଇଥିଲେ। କୌତୁହଳର କଥା ଯେ, ଓ୍ବେଷ୍ଟଇଣ୍ଡିଜ ବିପକ୍ଷ କଟକ ମ୍ୟାଚ୍‌ ଖେଳିଥିବା ପେସର ଶାର୍ଦ୍ଦୁଳ ଠାକୁର ମୁମ୍ବାଇ ଦଳର ଅଂଶବିଶେଷ ଥିଲେ। ଅନ୍ୟପକ୍ଷରେ ଦୁବେ ଦିନିକିଆ ସିରିଜ୍‌ର ଅନ୍ତିମ ଦୁଇ ମ୍ୟାଚ୍‌ରେ ଖେଳି ନ ଥିଲେ। ଏହାସତ୍ତ୍ୱେ ସେ କାହିଁକି ବିଶ୍ରାମ ନେଲେ ଏହା ବଡ଼ ପ୍ରଶ୍ନ। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବିନୋଦ କାମ୍ବଲି ଟୁଇଟ୍‌ କରି ଲେଖିଛନ୍ତି, ମୁମ୍ବାଇ ଦଳ ବହୁତ ଖରାପ ପ୍ରଦର୍ଶନ କରିଥିଲା। ଆୟାର ଓ ଦୁବେ ଦଳର ଅଂଶ ନ ଥିବାରୁ ଦୁଃଖିତ। ଅନ୍ତର୍ଜାତୀୟ ମ୍ୟାଚ୍‌ର ୫ ଦିନ ପୂର୍ବରୁ ମଧ୍ୟ ସେମାନେ ଖେଳୁ ପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସେହିଭଳି ପୂର୍ବତନ ମୁମ୍ବାଇ ଓପନର ଶିଶିର ହାତାଙ୍ଗାଡି ଟୁଇଟ୍‌ କରିଛନ୍ତି, କାହିଁକି ଆୟାର ଓ ଦୁବେ ମୁମ୍ବାଇ ରଣଜୀ ମ୍ୟାଚ୍‌ ଖେଳିଲେ ନାହିଁ? କାହାକୁ ପଚାରି ସେମାନେ ବିଶ୍ରାମ ନେଇଛନ୍ତି? ଉଲ୍ଲେଖଥାଉ କି, ମୁମ୍ବାଇ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ କର୍ନାଟକକୁ ଜାନୁୟାରୀ ୩ ତାରିଖରେ ଭେଟିବ। ଏହି ମ୍ୟାଚ୍‌ରେ ମଧ୍ୟ ଦୁହେଁ ଖେଳିବେ ନାହିଁ। କାରଣ ଏହାର ଦୁଇ ଦିନ ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଗୁଆହାଟିଠାରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବାର ଅଛି। ଏହି ସିରିଜ୍‌ ଶେଷ ହେବା ପରେ ମଧ୍ୟ ଉଭୟଙ୍କୁ ମୁମ୍ବାଇ ମ୍ୟାଚ୍‌ ପାଇଁ ଚୟନ କରା ନ ଯାଇପାରେ। ସେମାନଙ୍କୁ ଖେଳିବା ଲାଗି କୁହାଯିବାରୁ ବିସିସିଆଇ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବା କହିଥିଲେ। ମାତ୍ର ବିସିସିଆଇ ପକ୍ଷରୁ ଏଭଳି କିଛି ସୂଚନା ଦିଆଯାଇ ନାହିଁ। ତେବେ ପ୍ରଶ୍ନ ଉଠୁଛି ତାଙ୍କୁ ପରାମର୍ଶ ଦେଲା କିଏ? ଭାରତୀୟ ଦଳର ଫିଜିଓ ନା ଟ୍ରେନର ନା ନିଜ ଇଚ୍ଛାରେ ସେମାନେ ବିଶ୍ରାମ ନେଇଛନ୍ତି? ଏ ସମ୍ପର୍କରେ ପରବର୍ତ୍ତୀ ଆପେକ୍ସ କାଉନ୍‌ସିଲ ବୈଠକରେ ଆଲୋଚନା କରାଯିବ। ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଜଣେ ଏମ୍‌ସିଏ କର୍ମକର୍ତ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ସୁଧୀରଙ୍କୁ ମନୋନୀତ କଲେ ନବୀନ

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri