Categories: ଖେଳ

କାହିଁକି ପାକିସ୍ତାନ କ୍ରିକେଟର୍‌ଙ୍କୁ ବିବାହ କରିଥିଲେ ସାନିଆ ମିର୍ଜା

ଭାରତୀୟ ଟେନିସ୍‌ କୁଇନ୍‌ ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ସୋଏବ୍‌ ମଲିକଙ୍କୁ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସେତେବେଳେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ମଧ୍ୟ ଉଠିଥିଲା। ସାନିଆଙ୍କୁ ପ୍ରେମ ସମ୍ପର୍କ ଅନେକ ଭାରତୀୟ ଅଭିନେତା ଏବଂ କ୍ରିକେଟର୍‌ଙ୍କ ସହ ଉଠିଥିଲା। କିନ୍ତୁ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଉଠାଇ ସେ ସୋଏବଙ୍କ ହାତ ଧରିଥିଲେ। ବିବାହର ୧୦ ବର୍ଷ ପରେ ସାନିଆ ସୋଏବଙ୍କୁ କାହିଁକି ବିବାହ କଲେ ତାହାର ଖୁଲାସା କରିଛନ୍ତି। ସୋଏବ ବେଶ୍‌ ଶାନ୍ତ ସ୍ବଭାବର। ତାଙ୍କ ପ୍ରପୋଜ୍‌ ଷ୍ଟାଇଲ୍‌ ଦେଖି ମୁଁ ବିବାହ ପାଇଁ ରାଜି ହୋଇଯାଇଥିଲି ବୋଲି ସେ କହିଛନ୍ତି। କିଛି ମାସ ଉଭୟ ଡେଟ କରିବା ପରେ ସୋଏବ ମୋତେ ସିଧାସଳଖ କହିଥିଲେ ଯେ ସେ ମୋତେ ବିବାହ କରିବାକୁ ଚାହୁଁଛନ୍ତି। ଭାରତ ଆସି ତୁମ ପରିବାରକୁ ଭେଟିବାକୁ ଚାହୁଁଛି ବୋଲି କହିଥିଲେ। ଯଦି ତୁମର ଉତ୍ତର ହଁ, ତେବେ ମୋତେ ଜଣାନ୍ତୁ। ସୋଏବ ମଲିକଙ୍କ କଥାବାର୍ତ୍ତାରେ ସତ୍ୟତା ଥିଲା। ତେଣୁ ତାଙ୍କୁ ବିବାହ କରିବା ପାଇଁ ରାଜି ହୋଇଥିଲି ବୋଲି ସାନିଆ କହିଛନ୍ତି।

Share