କାହିଁକି ଏତେ ଦାୟିତ୍ୱହୀନତା? ଜୀବନ ନେଇଯିବ ବିପଜ୍ଜନକ ଖୁଣ୍ଟ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ବାତ୍ୟା ଫନୀରେ ରାଜଧାନୀରେ ଶହ ଶହ ବିଦ୍ୟୁତ୍‌, ଟେଲିଫୋନ୍‌ ଓ କେବୁଲ ଖୁଣ୍ଟ ଭାଙ୍ଗିପଡିଥିବାବେଳେ ଆଉକିଛି ନଇଁଯାଇ ଝୁଲି ରହିଥିଲା। ବିଦ୍ୟୁତ୍‌ କର୍ମଚାରୀମାନେ ତରବରିଆ ଭାବେ ମରାମତି କରି ବିଦ୍ୟୁତ୍‌ ସଂଯୋଗଦେଇଥିଲେ। କେତେକ ସ୍ଥାନରେ ଅସ୍ଥାୟୀ ଭାବେ ମରାମତି କରାଯାଇଥିଲା। ଟେଲିଫୋନ୍‌ ଓ କେବୁଲ ଖୁଣ୍ଟ ମରାମତି ମଧ୍ୟ ସେହିଭଳି କରାଗଲା। ଏସବୁ ଖୁଣ୍ଟଗୁଡିକ ପ୍ରାୟ ପାଖାପାଖି ଥିବାରୁ କର୍ମଚାରୀମାନେ ପରସ୍ପରକୁ ଟ୍ୟୁବ୍‌, ଦଉଡ଼ି କିମ୍ବା ତାରରେ ବାନ୍ଧି କାମ ଚଳାଇଥିଲେ। ଏବେ ପର୍ଯ୍ୟନ୍ତ ସେହି କାମଚଳା କାର୍ଯ୍ୟରେ ଅଧା ଉପୁଡା, ଝୁଲି ରହିଥିବା ଖୁଣ୍ଟରେ ସେବା ଯୋଗାଣ ଚାଲିଛି। ସହରର ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‌ ଜନିତ ବିପଦର ଆଶଙ୍କା ଦେଖିବାକୁ ମିଳୁଛି। ବହୁ ସ୍ଥାନରେ ବିଦ୍ୟୁତ୍‌ ତାର ମୁଣ୍ଡରେ ବାଜିବା ଭଳି ସ୍ଥିିତିରେ ରହିଛି। ଏବେ ବର୍ଷାଦିନ ହୋଇଥିବାରୁ କେତେକ ଖୁଣ୍ଟ ଚାର୍ଜ ହୋଇଯାଉଥିବାବେଳେ ଆଉ କେତେକ ଖୁଣ୍ଟ କେତେବେଳେ ବି ଉପୁଡ଼ି ଯାଇପାରେ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଚେତାପଶୁନି। ଏଭଳି ଦାୟିତ୍ୱହୀନତା ପାଇଁ କେତେବେଳେ ବି ଜୀବନ ଯିବାର ଭୟ ଏବେ ସହରବାସୀଙ୍କୁ ଘାରିଛି। ନୟାପଲ୍ଲୀ ଥାନା ଏକାମ୍ରଭିଲ୍ଲା କଲୋନୀରେ ଏଭଳି ବିପଜ୍ଜନକ ସ୍ଥିତି ଦେଖିବାକୁ ମିଳିଛି।
ଜୟଦେବବିହାର ବିଜୁପଟ୍ଟନାୟକ କଲେଜ ଛକରୁ ଏକାମ୍ରପାର୍କ ଅଭିମୁଖେ ଗଲେ ବାଟରେ ଡାହାଣ ପାର୍ଶ୍ୱରେ ଏକାମ୍ର ଭିଲ୍ଲା କଲୋନୀକୁ ରାସ୍ତା ଯାଇଛି। କଲୋନୀର ପ୍ରବେଶ ପଥ ରାସ୍ତା ଉପରକୁ ଝୁଲି ରହିଛି ଏହି ବିପଜ୍ଜନକ ଜିଆଇ ଖୁଣ୍ଟ। ଉକ୍ତ ଖୁଣ୍ଟରେ କେବୁଲ ଓ ଅନ୍ୟାନ୍ୟ ତାର ବଣ୍ଡଲ୍‌ ଗୁଡ଼ାହୋଇ ରହିଛି। ଉପୁଡି ପଡିବା ଅବସ୍ଥାରେ ରହିଥିବା ଏହି ଖୁଣ୍ଟକୁ ଟ୍ୟୁବ୍‌ ଓ ଦଉଡ଼ି ସହାୟତାରେ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ରଖାଯାଇଛି। କୌଣସି ମୁହୂର୍ତ୍ତରେ ବି ଉପୁଡିପଡ଼ିବାର ସମ୍ଭାବନା ରହିଛି। ଏହାକୁ ଲାଗି ବିଦ୍ୟୁତ୍‌ ଖୁଣ୍ଟ ରହିଛି। ବିଦ୍ୟୁତ୍‌ ତାର ଉକ୍ତ ଜିଆଇ ଖୁଣ୍ଟରେ ଲାଗିଯାଇଛି। ଅଧିକାଂଶ ସମୟରେ ଖୁଣ୍ଟଟି ବିଦ୍ୟୁତ୍‌ ଚାର୍ଜ ହୋଇ ରହୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ପ୍ରତିଦିନ ଛୋଟ ଛୋଟ ପିଲା ସେହିବାଟ ଦେଇ ସ୍କୁଲ ଯାଉଛନ୍ତି। କିଏ କେତେବେଳେ ଧରିଦେବ କହିହେଉ ନାହିଁ। ସେହିବାଟ ଦେଇ କଲୋନୀବାସୀ ଯାଉଛନ୍ତି। ବର୍ଷା ଓ ପବନ ହେଉଥିବାରୁ କେତେବେଳେ ଯେ କାହା ଉପରେ ଉପୁଡି ପଡିବ ତାହା ବି କହିହେଉନାହିଁ। ଲୋକେ ଭୟରେ ଯାତାୟାତ କରୁଥିବାବେଳେ ଅଭିଭାବକମାନେ ପିଲାଙ୍କୁ ଏକୁଟିଆ ସ୍କୁଲ୍‌ କିମ୍ବା ବାହାରକୁ ଛାଡ଼ିବାକୁ ଡରୁଛନ୍ତି। ଯଦି କେହି ପିଲା ଖେଳିବାକୁ ଚାଲିଯାଉଛି ତେବେ ବାପାମା’ଙ୍କ ଚିନ୍ତା ବଢ଼ୁଛି। ଏହା ନିକଟରେ ଏକ ଖୋଲା ଡ୍ରେନ୍‌ ମଧ୍ୟ ରହିଛି। କିଛିଦିନ ତଳେ ସାଲିଆସାହିର ଏକ ଖୋଲା ଡ୍ରେନ୍‌ରେ ଭାସିଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିଲା। ସେହି ସମୟରେ ବିଏମ୍‌ସି ଅଧିକାରୀ, ସ୍ଥାନୀୟ ନେତା ବିପଜ୍ଜନକ ସ୍ଥିତିରେ ଥିବା ଏକାମ୍ର ଭିଲ୍ଲାର ଉକ୍ତ ଖୁଣ୍ଟ ଓ ଖୋଲା ଡ୍ରେନ୍‌କୁ ବୁଲି ଦେଖି ତୁରନ୍ତ ମରାମତି ହେବ ବୋଲି କହିଥିଲେ। କିନ୍ତୁ ଏହାପରେ ଆଉ କାହାର ଦେଖା ନାହିଁ ବୋଲି କଲୋନୀବାସୀ କହିଛନ୍ତି। ଏ ନେଇ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଏହା ତାଙ୍କର ଦାୟିତ୍ୱ ନୁହେଁ ବୋଲି କହୁଛନ୍ତି। ତେଣୁ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଆଗକୁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri