Categories: ଜାତୀୟ

କାହିଁକି ଅଜିତଙ୍କ ସହ ମିଶି ଶପଥ ନେଇଥିଲେ ଫଡନବିସ

ମୁମ୍ବାଇ,୮।୧୨: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଏବେ ମହାରାଷ୍ଟ୍ର ରାଜନୀତିକୁ ନେଇ କିଛି କଥା କହିଛନ୍ତି। ଦ୍ୱିତୀୟ ଥର ଲାଗି ସେ କାହିଁକି ଅଜିତ ପାଓ୍ବାରଙ୍କ ସହ ମିଶି ଶପଥ ଗ୍ରହଣ କରିଥିଲେ ସେ ସମ୍ପର୍କରେ ଫଡନବିସ ମନ ଖୋଲି କହିଛନ୍ତି। ଶିବସେନା ସହ ମେଣ୍ଟ କରି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢିଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଶିବସେନାର ୫୦-୫୦ ଫର୍ମୁଲାରେ ରାଜି ନ ହେବାରୁ ଶେଷରେ ଏହି ମେଣ୍ଟ ଭାଙ୍ଗି ଯାଥିଲା। ଏହାପରେ କିନ୍ତୁ ଭାଜପା କଳେ ବଳେ କୌଶଳେ ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଇଚ୍ଛା ପ୍ରକାଶ କରିଥିଲା। ଆଉ ଏତିକି ବେଳେ ମେଣ୍ଟ କରିବାକୁ ହାତ ବଢାଇଥିଲା ଏନ୍‌ସିପି। ଏନ୍‌ସିପି ନେତା ଅଜିତ ପାଓ୍ବାର ଆସି ଫଡନବିସଙ୍କ ସହ ସରକାର ଗଠନ କରିବାକୁ ପ୍ରଥମେ କଥା ହୋଇଥିବା ଫଡନବିସ କହିଛନ୍ତି। କେବଳ ସେତିକି ନୁହେଁ ଏନ୍‌ସିପିର କେତେଜଣ ବିଧାୟକଙ୍କ ସହ ମଧ୍ୟ ଅଜିତ ଫଡନବିସଙ୍କୁ କଥା କରାଇ ଦେଇଥିଲେ। ଏହାସହ ୩ଦଳ ମେଣ୍ଟ ସରକାର ସ୍ଥାୟୀ ସରକାର ହେବନାହିଁ ବରଂ ଭାଜପା-ଏନ୍‌ସିପି ମେଣ୍ଟ ସରକାର ସ୍ଥାୟୀ ହେବ ବୋଲି କହିବା ପରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ପ୍ରକାଶ କରିଛନ୍ତି। ପରେ କିନ୍ତୁ ଅଜିତ ତାଙ୍କୁ ଏମିତି ଧୋକା ଦେବେ ବୋଲି ସେ କେବେ କଳ୍ପନା କରି ନ ଥିବା କହିଛନ୍ତି। ଏହାପଛର ଆହୁରି ସତତ୍ୟ ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ବୋଲି ମଧ୍ୟ ଫଡନବିସ ଇଙ୍ଗିତ କରିଛନ୍ତି।

Share