କାହାକୁ ନିଜର କରିବେ କାର୍ତ୍ତିକ, ସାରା ନା ଅନନ୍ୟା

ମୁମ୍ବାଇ: ବଲିଉଡ୍‌ର ନବାଗତ ନାୟକ କାର୍ତ୍ତିକ ଆର୍ୟନଙ୍କ ପ୍ରେମରେ ପଡିଛନ୍ତି କୁଆଡେ ବଲିଉଡ୍‌ ଦୁନିଆର କେତେଜଣ ନବାଗତା ନାୟିକା ତଥା ଷ୍ଟାରକିଡ୍‌। ହେଲେ କାର୍ତ୍ତିକ କାହାକୁ ମନ ଦେଉଛନ୍ତି ତାକୁ ନେଇ ପ୍ରାୟ ସବୁବେଳେ ଚର୍ଚ୍ଚା ଲାଗି ରହିଛି। ପ୍ରଥମେ ସାରା ଅଲି ଖାଁ କାର୍ତ୍ତିକଙ୍କ ସହ ଡେଟ୍‌ କରିବେ ବୋଲି କହିଥିବା ବେଳେ ପରବର୍ତ୍ତି ସମୟରେ କାର୍ତ୍ତିକଙ୍କ ନାଁ ସହ ଯୋଡି ହୋଇ ଯାଇଥିଲା ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେଙ୍କ ନାଁ। ହେଲେ ଏହାକୁ ନେଇ କାର୍ତ୍ତିକ କିଛି ବି କହି ନ ଥିଲେ। ନିକଟରେ ସେ ମୁମ୍ବାଇରେ ଏକ ଇଭେଣ୍ଟରେ ଯୋଗ ଦେବାକୁ ଯାଇଥିବା ବେଳେ ଖବରଦାତାଙ୍କ ପ୍ରଶ୍ନର ଶିକାର ହୋଇଥିଲେ। ପ୍ରକୃତରେ ସେ କାହାକୁ ମନ ଦେବେ ବୋଲି ପ୍ରଶ୍ନ କରିବାକୁ ଖୁବ୍‌ ହସିଥିଲେ କାର୍ତ୍ତିକ ଆଉ କହିଥିଲେ ସେ ଏପର୍ଯ୍ୟନ୍ତ କେବଳ ମାମାଙ୍କ ପୁଅ। ସେ କେବଳ ତାଙ୍କ ମା’ଙ୍କୁ ହିଁ ଭଲ ପାଆନ୍ତି ଆଉ କାହାକୁ ନୁହେଁ। ହେଲେ ସେ କେବେ ନିଜ ଜୀବନ ସାଥି ଖୋଜିବେ ବୋଲି ପ୍ରଶ୍ନ କରିବାରୁ ସେ ଖୁବ୍‌ ହସିଥିଲେ ଓ ଏହି ପ୍ରଶ୍ନକୁ ଏଡାଇ ଯାଇଥିଲେ।

Share