କାସିମ ସୋଲେମାନୀଙ୍କୁ ହତ୍ୟା କରି ଆମେରିକାକୁ ନ୍ୟାୟ ଦେଇଛି, ମୁଁ ନୋବେଲ ପାଇବା ପାଇଁ ଯୋଗ୍ୟ: ଟ୍ରମ୍ପ

ଓ୍ବାଶିଂଟନ୍‌,୧୦।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ୨୦୨୦ର ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ। ସେହି ସମୟରେ ସେ କହିଛନ୍ତି, ଇରାନର ସେନା କମାଣ୍ଡର କାସିମ ସୋଲେମାନୀଙ୍କୁ ଡ୍ରୋନରେ ଆକ୍ରମଣ କରିବା ପାଇଁ ନିର୍ଦ୍ଦେଶ ଦେଇ ସେ ଆମେରିକା ନାଗରିକଙ୍କୁ ନ୍ୟାୟ ଦେଇଛନ୍ତି। ଏଭଳି କରି ମୁଁ ଏକ ଦେଶକୁ ବଞ୍ଚାଇଛି, ଦେଶକୁ ବଞ୍ଚାଇଲେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମୁଁ ଶୁଣିଛି। ତେଣୁ ମୁଁ ନୋବେଲ ପୁରସ୍କାର ପାଇଁ ଯୋଗ୍ୟ ବୋଲି ଟ୍ରମ୍ପ କହିଛନ୍ତି। କିନ୍ତୁ ଡେମୋକ୍ରେଟିକ୍‌ ନେତାମାନେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବା ସହ କହିଛନ୍ତି ବିନା କୌଣସି ବିଚାର ବିମର୍ଶରେ ସେ ଏହି ପଦକ୍ଷେପ ଉଠାଇଛନ୍ତି। ବିରୋଧୀ ସଦନରେ ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେବା ପରେ କହିଛନ୍ତି, ଇରାନ ବିରୋଧରେ ସେନାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଗରୁ କଂଗ୍ରେସଠାରୁ ପରାମର୍ଶ ନେବା ଜରୁରୀ।

Share