କାଶ, କଫ ଭଲ କରେ ଗୋଲମରିଚ

ଭୋଜନରେ ଗୋଲମରିଚର ବ୍ୟବହାର ଯେ କେବଳ ସ୍ବାଦ ବଢ଼ାଇବା ପାଇଁ ହୁଏ ଭାବିବା ସମ୍ପୂର୍ଣ୍ଣ ଭୁଲ୍‌। ଅନେକ କ୍ଷେତ୍ରରେ ଏହାର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଗୋଲମରିଚକୁ କୌଣସି ଔଷଧ ସହ ସେବନ କଲେ ତାହା ଔଷଧର ପ୍ରଭାବକୁ ବୃଦ୍ଧି କରିଥାଏ। ଏଥିରେ କ୍ୟାଲସିୟମ୍‌, ଫସ୍‌ଫରସ୍‌ ଏବଂ ଆଇରନ୍‌ ଭଳି ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ ମହଜୁଦ୍‌ ଥାଏ। ଲେମ୍ବୁ ପାଣି ସହ ଗୋଲମରିଚ ଏବଂ କଳାଲୁଣ ମିଶାଇ ଦୈନନ୍ଦିନ ସେବନ କଲେ ପାଚନତନ୍ତ୍ର ମଜଭୁତ୍‌ ରହିଥାଏ। କାଶ ଏବଂ କଫ ଭଲ କରିବାରେ ମଧ୍ୟ ଏହା ସହାୟ ହୋଇଥାଏ। ଗୋଲମରିଚ ଗୁଣ୍ଡରେ ସାମାନ୍ୟ ଘିଅ ମିଶାଇ ଖାଦ୍ୟ ସହ ସେବନ କରିପାରିବେ। ଏହାଦ୍ୱାରା କାଶ ଯୋଗୁ ହେଉଥିବା ଗଳା ଏବଂ ଛାତି ଯନ୍ତ୍ରଣାରୁ ଲାଘବ ମିଳିଥାଏ। ଉଷୁମ ପାଣିରେ ଗୋଲମରିଚ ଗୁଣ୍ଡ ମିଶାଇ କୁଳି କଲେ ଦାନ୍ତ ମାଢ଼ି ମଜବୁତ୍‌ ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ଗୋଲମରିଚ ଗୁଣ୍ଡରେ ଗୋଲାପ ଜଳ ମିଶାଇ ଚେହେରାରେ ଥିବା କଳାଦାଗରେ ଲଗାଇଲେ କିଛି ଦିନ ପରେ ଚେହେରାର ଉଜ୍ଜ୍ୱଳତା ବଢ଼ିଦା ସହ ଦାଗ ଦୂର ହୋଇଥାଏ।