Categories: ଜାତୀୟ

କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ପାଇଁ ଡ୍ରେସ୍‌ କୋଡ୍‌: ପିନ୍ଧି ହେବନି ଜିନ୍ସ୍‌

ବାରାଣସୀ, ୧୩।୧: ଏବେ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବା ଲାଗି ଆସୁଥିବା ଶ୍ରଦ୍ଧାଳୁ ଜିନ୍ସ୍‌ ପିନ୍ଧି ପାରିବେ ନାହିଁ। ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଡ୍ରେସ୍‌ କୋଡ୍‌ ଲାଗୁ ହୋଇଛି। ପ୍ରଭୁଙ୍କ ଦର୍ଶନ ପାଇଁ ପୁରୁଷଙ୍କ ନିମନ୍ତେ ଧୋତି-କୁର୍ତ୍ତା ଏବଂ ମହିଳା ଶ୍ରଦ୍ଧାଳୁଙ୍କ ଲାଗି ଶାଢ଼ି ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ପ୍ୟାଣ୍ଟ୍‌ ଏବଂ ଜିନ୍ସ୍‌ ପିନ୍ଧିଥିବା ଶ୍ରଦ୍ଧାଳୁ ପ୍ରଭୁଙ୍କୁ ସ୍ପର୍ଶ କରିପାରିବେ ନାହିଁ। ଏହି ନୂଆ ନିୟମ ମକର ସଂକ୍ରାନ୍ତି ପରେ ଲାଗୁ ହେବ। ମଙ୍ଗଳ ଆରତିଠାରୁ ଆରମ୍ଭ କରି ଦ୍ୱିପହର ଆରତ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଲାଗୁ କରାଯିବ। କାଶୀ ପଣ୍ଡିତ ପରିଷଦର ଅନୁମୋଦନ କ୍ରମେ ଏହି ଡ୍ରେସ୍‌ କୋଡ୍‌ ପ୍ରଣୟନ କରାଯାଇଛି।

Share